ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜା ଯୋଗଦେଲେ ମହମ୍ମଦ ମୁକିମ୍
ଢେଙ୍କାନାଳ ସହର ଦୁର୍ଗାବଜାର ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନରେ କଟକର ପୂର୍ବତନ ବିଧାୟକ ତଥା ଓଡିଶା ଜନତା କଂଗ୍ରେସ୍ ପାର୍ଟିର ସଭାପତି ମହମ୍ମଦ ମୁକିମ୍ ଯୋଗଦେଇ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରି କୃପାଲାଭ କରିଛନ୍ତି । କମିଟି ପକ୍ଷରୁ ମହମ୍ମଦ ମୁକିମ୍ଙ୍କୁ ସ୍ୱାଗତ
କରିବା ସହିତ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବନ୍ଧିତ କରିଥିଲେ । ଏହି ଅବସରରେ ଢେଙ୍କାନାଳର ସମସ୍ତ ପୂଜା ମଣ୍ଡପ ବୁଲି ବହୁ ଆନନ୍ଦ ପ୍ରକଟ କରିଥିଲେ । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଓଡିଶା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଓଡିଶାର ବହୁ ଅଂଚଳ ତଥା ଓଡିଶା ବାହାରୁ ବହୁତ ଦର୍ଶକଙ୍କ ଭିଡ ଲାଗିଥାଏ । ଏହି ପୂଜା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଚାଲୁଥାଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ସଭାପତି ପ୍ରକାଶ ମହାନ୍ତି, ସଂପାଦକ ପ୍ରଶାନ୍ତ ମହାନ୍ତି ଓ ସମସ୍ତ ସଦସ୍ୟବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗତକାଲି ୩୧ ତାରିଖ ଶନିବାର ଦିନ ମା’ଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯାଇଥୁଲା । ପ୍ରତ୍ୟେକ ଦିନ ମା’ଙ୍କର ପ୍ରାତଃରୁ ସୂର୍ଯ୍ୟପୂଜା,ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ, ମଧ୍ୟାହ୍ନରେ ଅନ୍ନଧୂପ, ସଂଧ୍ୟାରେ ଆଳତି ଓ ରାତ୍ରରେ ବିଭିନ୍ନ ଭୋଗ ଲାଗି କରାଯାଉଅଛି । ପୂଜକ ଶୁଶା ଭାଇନା ସମସ୍ତ ପୂଜାକାର୍ଯ୍ୟକୁ ସମ୍ପାଦନ କରୁଛନ୍ତି ।
