କାର୍ତ୍ତିକ ସୋମବାର ଅମାବାସ୍ୟାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
କାର୍ତ୍ତିକ ମାସର ତୃତୀୟ ସୋମବାର ଅମାବାସ୍ୟା ଅବସରରେ ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତରୁ ବାବାଙ୍କ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ ସହ ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି କରାଯାଇଥିଲା।
ସେହିପରି ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ ନୀତି ପରେ ବାବାଙ୍କୁ ମନୋରମ ମେଳା ବେଶରେ ସଜ୍ଜିତ କରାଯାଇଥିଲା। ଏଥିସହ ଚୁଡ଼ା ଘଷା ଓ ପଣା ଭୋଗ ମଧ୍ୟ ଲାଗି କରାଯାଇଥିଲା।
ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡାଙ୍କ ଦ୍ୱାରା ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା।
କାର୍ତ୍ତିକ ସୋମବାର ଓ ଅମାବାସ୍ୟାର ଏହି ପବିତ୍ର ସଂଯୋଗରେ ବାବାଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
