Spread the love

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ସରକାରୀ ବାସ ଭବନ

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ କର୍ତ୍ତ୍ତୃପକ୍ଷଙ୍କ ବେପରୁଆ ମନମାନି ଯୋଗୁଁ କଲୋନୀର କ୍ଵାର୍ଟର ଗୁଡିକ ସୁରକ୍ଷିତ ନୁହେଁ, ଗତରାତି କାଳବୈଶାଖୀ ପ୍ରଭାବରେ ସମଲ ବ୍ୟାରେଜ କର୍ମଚାରୀ ଦୁର୍ଗା ଚରଣ ସୋରେନ ଙ୍କ ଘର ଉପରେ ମାଡି ବସିଛି ଏକ ବିରାଟ ଗଛ, ଫଳରେ କର୍ମଚାରୀ ଙ୍କ ଘର ଭାଙ୍ଗି ଚୁରମାର, ଘରୁ ବାହାରି ପାରିନଥିଲେ ପରିବାର ଲୋକେ।ପାଖ ପାନଦୋକାନୀ ପ୍ରଶାନ୍ତ ମହାନ୍ତିଙ୍କ ଦୋକାନ ଘର ଉପରେ ଗଛ ଭାଙ୍ଗି ମାଡି ବସିଛି l କଣିହାଁ ଅଗ୍ନିଶମ ବାହିନୀ ଙ୍କୁ ଯୋଜାଯୋଗ କରାଯାଇ ଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଲୋକ ମାନଙ୍କୁଉଦ୍ଧାର କରିଥିଲେ।ସମଲ କର୍ତ୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳୁଛି l ଏଭଳି ଅନେକ ଶୁଖିଲା ଗଛ ସରକାରୀ ଘର, କ୍ଵାର୍ଟର ପାଖରେ ଅଛି l କେତେବେଳେ କାହାର ଘର ଉପରେ ପଡିବ,, କହିହେବ ନାହିଁ.. ତେଣୁ ତୁରନ୍ତ ଉକ୍ତ ଗଛଗୁଡିକ ହଠାଇବାକୁ ସାଧାରଣରେ ଦାବି ହେଉଛି!!କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *