Spread the love

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ ଆଜି ଚୂଡାନ୍ତ ନିଷ୍ପତ୍ତି ହେବ। କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶପଥ ଗ୍ରହଣ ସମାରୋହ ୧୮ ତାରିଖରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଶପଥ ଗ୍ରହଣ ଉତ୍ସବରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିପାରନ୍ତି। ସୂଚନା ଅନୁଯାୟୀ, ଆସନ୍ତା ମଙ୍ଗଳବାର ଦିଲ୍ଲୀବାସୀ ସେମାନଙ୍କର ପରବର୍ତ୍ତୀ ତଥା ନୂଆ ମୁଖ୍ୟମନ୍ତ୍ରୀ ପାଇବେ।

ଭାରତୀୟ ଜନତା ପାର୍ଟିର ଦଳୀୟ ନେତାଙ୍କ କହିବାନୁସାରେ ବିଜେପି ବିଧାୟକ ଦଳ ବୈଠକ ୧୭ ଫେବୃଆରୀ ସୋମବାର ଦିନ ଅପରାହ୍ନ ୨ଟାରେ ଦିଲ୍ଲୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ସମସ୍ତ ନିର୍ବାଚିତ ବିଧାୟକ ସେମାନଙ୍କର ନେତା ବାଛିବେ।ଯାହାପରେ ଜଣାପଡିବ କିଏ ହେବେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *