Spread the love

ଭୂବନେଶ୍ୱର, ୧୬/୦୨ : ପୁରୀ ଜିଲ୍ଲାରେ ଥିବା ଦୋକନ୍ଦା ହାଇସ୍କୁଲ ପରିସରରେ କିମ୍ସ ପକ୍ଷରୁ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ । ଏହାକୁ ଉଦଘାଟନ କରିଥିଲେ କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଏଥିରେ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ l ଗରିବ, ବୟସ୍କ ଏବଂ ଅସହାୟଙ୍କୁ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ।

କଣାସରେ ଗତ ମାସରେ ଝାଡ଼ାବାନ୍ତିରେ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟ ସେବା ପାଇଁ ଏହି କ୍ୟାମ୍ପ ନିଶ୍ଚିତ ଭାବରେ ଏକ ବରଦାନ ସାବ୍ୟସ୍ତ ହେବ l ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ l ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନେ ଯୋଗଦେଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ବିନା ମୂଲ୍ୟରେ ଔଷଧ ବଣ୍ଟନ କରିଥିଲେ। ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ। ଗ୍ରାମୀଣ ପରିବେଶରେ ଏଭଳି କାର୍ଯ୍ୟକ୍ରମ କରିବା ଦ୍ବାରା ରୋଗୀ ମାନେ ଉନ୍ନତ ସେବା ପାଇଛନ୍ତି । ଏଥିପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

You missed