କୁଚିଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ,ପୁରସ୍କାର ରେ ସୁରଭିତ ବେଳେ ଶତାଧିକ
କୁଚିଣ୍ଡା:୯/୧୦: ସମ୍ବଲପୂର୍ ଜିଲ୍ଲା କୁଣ୍ଡ ବ୍ଲକ୍ ଅନ୍ତର୍ଗତ କୁଲେଇଗଦ ଠାରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସନ୍ଧ୍ୟା ସମୟରେ ବ୍ଲକ୍ ର ସତରଗୋଟି ଗ୍ରାମ ପଞ୍ଚାୟତ ଓ କୁଚିଣ୍ଡା ବିଜ୍ଞାପିତ ପରିଷଦ ଅଞ୍ଚଳ ର ସମସ୍ତ ପ୍ରାଥମିକ ଠାରୁ ଯୁକ୍ତ ଦୁଇ ଷ୍ଟାର ପଞ୍ଜ୍ୟା ଟା ଶତାଧିକ ଅନୁଷ୍ଠାନ ରୁ ଆସିଥିବା ଛାତ୍ର ପ୍ରତିନିଧି , ଶିକ୍ଷକ ମଣ୍ଡଳୀ ଓ ଗ୍ରାମବାସୀ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ମହା ସମାରୋହରେ ଉଡଜ। ହୋଇ କାଇଚିଛି ।କୁଚିଣ୍ଡାର। ଗୋଷ୍ଠୀ ଶିକ୍ଷା ଅଧିକାରୀ ସରିତା ସରୋନିଆଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ମନ୍ତ୍ରୀଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ,ଲୋକ ସଭା ସଦସ୍ୟଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ,ଜିଲ୍ଲା ପରିଷଦ ସଭ୍ୟ ଫାଇବ୍ୟରଜ୍ କିଷାନ୍ ଓ ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।ଅତିଥି ଗଣ ତାଙ୍କ ବକ୍ତବ୍ୟରେ ସମ୍ବୃଦ୍ଧ ଓଡ଼ିଆ ଭାଷା ଓ ସମ୍ବୃଦ୍ଧା ଓଡ଼ିଶା ସିର୍କରେ ବକ୍ତବ୍ୟ ପ୍ରଦାନ କରି ମା,ମାଟି ଓ ମାତୃଭାଷା କୁ ଭଲ ପାଇବାକୁ ଆହ୍ୱାନ ଦେଇଥିଲେ ।ସେମାନେ ତାଙ୍କ ଭାଷଣରେ ଗୋପବନ୍ଧୁ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଆଦର୍ଶକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଗୀତ,ନୃତ୍ୟ,ପ୍ରବନ୍ଧ ରଚନକବିତ ଲିଖନ ଆଦିରେ କୃତିତ୍ୱ ହାସଲ କରିଥିବା ଶତାଧିକ ଛାତ୍ର,ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ।ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗଣ ସହ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହକିଲ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ସହକାରୀ ଶିକ୍ଷାଧିକାରୀ ବିନୋଦ କୁମାର ସାହୁ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମ ଟିକୁ ସି ଆର୍ ସି ସି ସଞ୍ଜୟ ନାଗ ଓ ଶରତ ପଶାୟତ ସଂଯୋଜନା କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ଭୁକ୍ତା ଧନ୍ୟ ବାଦ୍ ଅର୍ପଣ କରିଥିଲେ ।
ସକାଳର ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ୍ ମହାପାତ୍ର, ସରପଞ୍ଚ ନଳିନୀ କିଷାନ୍,ସମିତି ସଭ୍ୟା କୁନି କିଷାନ୍ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

