Spread the love

ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ ତା -୧୦-୧୦-୨୦୨୬ ବନ୍ଧମାଲ ଗ୍ରାମ ରେ ଗୋଷ୍ଠୀ ଗତ ଜଙ୍ଗଲ ଅଧିକାର ଏବଂ ସୁରକ୍ଷା ପାଇଁ ବୈଠକ ।
ଫାଶୀମାଲ ତା ୧୦/୧୦(ଫଟୋ )
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତ ବନ୍ଧମାଲ ଗ୍ରାମ ରେ ଗୋପିନାଥ ଝାଙ୍କର ଙ୍କ ତତ୍ତ୍ଵାବଧାନରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ବସୁନ୍ଧରା (କୁଚିଣ୍ଡା) ର କ୍ଷେତ୍ର ସହାୟକ ଅକ୍ଷୟ କୁମାର ଦେହୁରୀ ଯୋଗଦେଇ , ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରି, ବନ୍ଧମାଲ ବେଲଗଡ ଜଙ୍ଗଲ ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ଉକ୍ତ ବୈଠକରେ ଗ୍ରାମ ର ପ୍ରତ୍ୟେକ ପରିବାରରୁ ପୁରୁଷ ଓ ମହିଳା ଯୋଗଦାନ କରି ଅଂଶଗ୍ରହଣ କରିଥିଲେ। ବନ୍ଧମାଲ ଗ୍ରାମବାସୀ ବେଲଗଡ ଜଙ୍ଗଲ ରୁ ସଂଗ୍ରହ କରୁଥିବା ଅଞ୍ଚଳ ର ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଗଲା। ଏଥିରେ କ୍ଷେତ୍ର ସହାୟକ ରମେଶ କୁମୁରା ସହଯୋଗ କରିଥିବାବେଳେ ମିନକେତନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବନ୍ଧମାଲ ଗ୍ରାମ ର ଜନସାଧାରଣ ବେଲଗଡ ଜଙ୍ଗଲ କୁ ଗୋଷ୍ଠୀଗତ ଅଧିକାର ଓ ସୁରକ୍ଷା କରିବାକୁ ଆଗ୍ରହୀ ଥିବାର ଦେଖିବାକୁ ମିଳିଥିଲା।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *