Spread the love

( କୁଜଙ୍ଗ ବନାଞ୍ଚଳ ଅଧିକାରୀ ଓ ପ୍ରଧାନ ଶିକ୍ଷକ ଙ୍କ କାରନାମାରେ ଅତିଷ୍ଟ ଅଂଚଳବାସୀ )

ଜଗତସିଂହପୁର
ତା =23/12/24

ଜଗତସିଂହପୁର ଶିକ୍ଷା ଜିଲା ଅନ୍ତର୍ଗତ ବାଲିକୁଦା କୁସୁପୁର ସ୍ଥିତ ତେନ୍ତୁଳିବେଲାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କୁଜଙ୍ଗ ବନାଞ୍ଚଳ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ରେ ବିଦ୍ୟାଳୟ ପରିସରରୁ ଯୋଜନା ବଦ୍ଧ ବେଆଇନ ଭାବରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କଟାଯାଇ ବିକ୍ରି କରାଯିବା ଏବଂ ଗଛ ବିକ୍ରି ଟଙ୍କା ର ହିସାବ କିତାବ ନ ମିଳିଵା ଘଟଣା କୁ କେନ୍ଦ୍ର କରି ଉକ୍ତ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି | ଏହି ଘଟଣାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ କାହା ଅନୁମତିରେ ସହ ସହ ମୂଲ୍ୟବାନ ଜୀବିତ ଗଛ କାଟି ବିକ୍ରିକଲେ ସେଥିନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ସହିତ ଗଣମାଧ୍ୟମ ପ୍ରତିନିଧି କୁଜଙ୍ଗ ବନାଞ୍ଚଳ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ସରକାରୀ ବିଦ୍ୟାଳୟ ପରିସର ରୁ ଅନୁମତି ନ ନେଇ ପ୍ରଧାନ ଶିକ୍ଷକ କଣ ପାଇଁ ଜୀବିତ ଗଛ କାଟିଲେ ତାହାର କୈଫତ ଦେବେ ବୋଲି ବନାଞ୍ଚଳ ଅଧିକାରୀ ଯୁକ୍ତି ବଢିଥିଲେ | କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ କୁଜଙ୍ଗ ବନାଞ୍ଚଳ ଅଧିକାରୀ ଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ର ନିରପେକ୍ଷ ତଦନ୍ତ କରିବାକୁ ନିର୍ଦେଶ ଦେବା ପରେ ଆଦୌ ତଦନ୍ତ ନକରି କୁଜଙ୍ଗ ବନାଞ୍ଚଳ ଅଧିକାରୀ ଉକ୍ତ ଘଟଣା ର ଫଳ ଶୂନ୍ୟ ବୋଲି କହିବା କେତେଦୂର ଠିକ ତାହା ତଦନ୍ତ ସାପେକ୍ଷ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *