Spread the love

କୁମୁରୁସିଂହା ଗ୍ରାମରୁ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଗଲା

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅଧୀନ ପୋକଟୁଙ୍ଗା ବିଟ୍‌ର କୁମୁରୁସିଂହା ଗ୍ରାମରୁ ଏକ ଭାରତୀୟ ଅଜଗରକୁ ସଫଳତାର ସହ ଉଦ୍ଧାର କରାଯାଇଛି। ଗତ ୫ ନଭେମ୍ବର ରାତି ପ୍ରାୟ ୮ଟା ସମୟରେ ଗ୍ରାମରେ ଅଜଗର ଥିବା ନେଇ ବନ ବିଭାଗକୁ ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ବନ ବିଭାଗର କର୍ମଚାରୀମାନେ ସର୍ପମିତ୍ର ଅଭୟ କୁମାର ସେଠୀଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ। ପରେ ସମ୍ପୃକ୍ତ ରେଞ୍ଜ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସାପଟିକୁ ତାହାର ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସହାବସ୍ଥାନ ବଜାୟ ରଖିବା ଦିଗରେ ବନ ବିଭାଗର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏଭଳି ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ, ଗଜାମିତ୍ର ଓ ସର୍ପମିତ୍ରଙ୍କ ସାହସ, ନିଷ୍ଠା ଓ ସମନ୍ୱିତ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

Leave a Reply

Your email address will not be published. Required fields are marked *