ବ୍ରାହ୍ମଣୀ ନଦୀରେ ଅଘଟଣ, ମାଛ ଧରିବାକୁ ଯାଇ ଜଣେ ମୃତ
ତାଳଚେର- ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ମୃତକ ହେଲେ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ, ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା ରାତି ପ୍ରାୟ ୩ଟା ସମୟରେ ହୋଲି ଡଙ୍ଗାରେ ମାଛ ଧରିବା ପାଇଁ ରେଙ୍ଗାଳି ଡ୍ୟାମ୍ର ତଳ ପାର୍ଶ୍ୱ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ତେବେ ମାଛ ଧରୁଥିବା ସମୟରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହାପରେ ତାଙ୍କ ସହ ଥିବା ଅନ୍ୟ ମାଛ ଧରାଳିମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ନୀଳକଣ୍ଠଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି।ଖବର ପାଇ ରେଙ୍ଗାଳି ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଅଘଟଣ କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ l କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,
