Spread the love

କେଗାଁ ବିଜେପିର ମଣ୍ଡଳ ପକ୍ଷରୁ ଜନଜାଗରଣ ଅଭିଯାନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ କେଗାଁ କଳାହାଣ୍ଡି ଜିଲ୍ଲା ବିଜେପି ମଣ୍ଡଳ ପକ୍ଷରୁ ଜନଜାଗରଣ ଅଭିଯାନର ବୁଥ ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାଟିକୁ କେଗାଁ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଜୟ କୃଷ୍ଣ ସାହୁ ଙ୍କ ନେତୃତ୍ୱରେ ହୋଇଥିଲା ଏଥିରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ମନୋଜ ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ପୂର୍ବତନ ବ୍ଲକ ସଭାପତି ପୃଥ୍ୱୀରାଜ ପ୍ରଧାନ, ବିଜେପି ନେତ୍ରୀ ଚମ୍ପାବତୀ ସାହୁ, ଲେତେର ସରପଞ୍ଚ ଦମୟନ୍ତୀ ମାଝୀ, ପୂର୍ବତନ ବ୍ଲକ ସମ୍ପାଦକ ମନୋଜ ଅଗ୍ରୱାଲ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ, ସମିତି ସଭ୍ୟ ରମେଶ ଶବର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ, ସମିତି, ଜିଲ୍ଲା ପରିଷଦ ଆସନ ମାନଙ୍କରେ କିପରି ବିଜେପିର ସମର୍ଥୀତ ପ୍ରାର୍ଥୀମାନେ ବିଜୟି ହୋଇପାରିବେ ଏ ନେଇ ଆଜିକାର ବୈଠକରେ ବୁଥ ସଭାପତି ଓ ସଭ୍ୟ ମାନଙ୍କ ସହ ପର୍ଯ୍ୟୟକ୍ରମରେ ଆଲୋଚନା ହୋଇଥିଲା । କେଗାଁ ମଣ୍ଡଳରେ ଥିବା ୪୧ଟି ବୁଥ କମିଟିର ସଭାପତି ଓ କର୍ମକର୍ତ୍ତା, ୧୦ ଗୋଟି ପଞ୍ଚାୟତର ପ୍ରଭାରୀ ଉପସ୍ଥିତ ରହି ତାଙ୍କର ମତାମତ ରଖିଥିଲେ।ବ୍ଳକ୍ ଅଧକ୍ଷ ବିନ୍ଧୁ ମହାନଦ ଉପସ୍ଥିତ ସମସ୍ତ ଦଳୀୟ କର୍ମକର୍ତ୍ତାମାନଙ୍କୁ ଆଦ୍ଵାନ ଦେଇକହିଥିଲେ ଡ଼ବଲଇଂଞ୍ଜିନ ସରକାଙ୍କ ବହୁମୁଖୀ ଜନହିତ କର ଯୋଜନା ସଂପର୍କରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଅ |ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ସାଧାରଣ ସମ୍ପାଦକ ଜୟନ୍ତ କୁମାର ସିଂହ ପରିଚାଳନା କରିଥିଲ ।

ଉବାନୀପାଟଣାରୁ ନାରାୟଣ ନାୟକ ଧନଗଡ଼ରୁ ଧବଲେଶ୍ଵର ରଣାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *