Spread the love

ଉପଭୋକ୍ତା ସଚେତନତା ରଥ ପରିକ୍ରମା


ଢେଙ୍କାନାଳ ୪-୨,(ଶୁଭମ୍ ପାଣି) – ଉପଭୋକ୍ତା ସଚେତନତା ଭାରତ ଯାତ୍ରା ନୂଆଦିଲ୍ଲୀ ଠାରୁ ୨୪ ଡିସେମ୍ବର ୨୦୨୬ରୁ ବିଭିନ୍ନ ରାଜ୍ୟ ପରିକ୍ରମା କରି ଚଳିତ ଫେବୃଆରୀ ୪ ରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ ଟା ସମୟରେ ପହଂଚି ଥିଲା। ପରେ ମହାବିଦ୍ୟାଳୟର ଛାତ୍ର/ଛତ୍ରୀ, ଅଧ୍ୟାପକ ଓ ସ୍ବେଛାସେବୀ ଉପଭୋକ୍ତା ସଂଗଠନର ପ୍ରତିନିଧିମାନେ ବିପୁଳ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା। ଜାତୀୟ ସ୍ତରରୁ କଂଜୁମର କଂଫେଡେରେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା ଅଧକ୍ଷ ତଥା କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ଅନନ୍ତ ଶର୍ମାଡ଼.ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ସମ୍ପାଦକ ଗୋବିନ୍ଦ ଓଝା, ଭାରତୀୟ ମନକ ବ୍ୟୁରୋ ଭୁବନେଶ୍ୱରର ସ୍ୱପଲିନି, ଅଜୟ କୁମାର, ଢେଙ୍କାନାଳ ଜିଲ୍ଲା ଅଧିକାରୀ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନର ରଞ୍ଜନ ପରିଡା, ସ୍ଥାନୀୟ ଭି ସି ଓ “ରୁପା”ର ସମ୍ପାଦକ ଶ୍ରୀନିବାସ ସାହୁ ଖାଉଟିର ଅଧିକାର ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟଅଧ୍ୟକ୍ଷ,ପୂର୍ଣ୍ଣ ଚନ୍ଦ୍ର ବରାଳ
ଡ଼. ବିଭୁଦତ୍ତ ଦାଶ, ପ୍ରଶାସନିକ ଅଧିକାରୀ
ଡ଼ ରଜନୀକାନ୍ତ ଖୁଣ୍ଟିଆ, ବିଭାଗୀୟ ମୁଖ୍ୟ, ବାଣିଜ୍ୟ ବିଭାଗ ଶ୍ରୀ ଶକ୍ତି ପ୍ରସାଦ କବି ଶତପଥି, ସଂଯୋଜକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସି.ସି.ଆଇ.ର ଜାତୀୟ ଯୁଗ୍ମ ସମ୍ପାଦକ ବିଜୟଲକ୍ଷ୍ମୀ ମହାପାତ୍ର ଶେଷେରେ ଧନ୍ୟବାଦ ଦେଇଥିଲେ। ପରେ ଉପଭୋକ୍ତା ସଚେତନତା ଭାରତ ଯାତ୍ରା ରଥ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା।

Leave a Reply

Your email address will not be published. Required fields are marked *