Spread the love

କେନ୍ଦୁଝରଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତରେ ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଯୋଡ଼ାଥାନା ଅନ୍ତର୍ଗତ ଡଡ଼ୁଆଁ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ମଝିଆଁ ଶିଶୁପୁତ୍ର କ୍ରିସନ ମୁଣ୍ଡା ଭାଇ ରୋହିତ ମୁଣ୍ଡା ସହିତ ଘରେ ଶୋଇଥିବାବେଳେ ବିଷାକ୍ତ ସାପ ହାତରେ କାମୁଡି ଦେଇଥିଲା। ତେବେ କିଛି କାମୁଡିବା ଅନୁଭବ କରି ସେ ବାପା ମା ଙ୍କୁ କହିଥିଲା। ତାପରେ ଏକ ସାପ କୁ ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ଶିଶୁକୁ ଏକ ଆମ୍ବୁଲାନ୍ସ ଯୋଗେ ସଙ୍ଗେସଙ୍ଗେ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଶବ ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *