Spread the love

କେନ୍ଦୁଝରଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଖଣିମାଫିଆ ମାନଙ୍କପାଇଁ ଭୂସ୍ବର୍ଗ ପାଲଟିଥିବା ମନେହୁଏ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ମନେହୁଏ । ବ୍ୟାପକ ଚଢାଉ ସତ୍ବେ ଯୋଡ଼ା ଖଣିମଣ୍ଡଳରେ ଖଣିଜ ପଦାର୍ଥ ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। ପ୍ରାୟତ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଚୋରା ଚାଲାଣ ଜାରି ରହିରହିଥିବା ନେଇ ସୂଚନା। ଲୁହାପଥର ଚୋରାଚାଲାଣ ଉଦ୍ୟମ ବେଳେ ଯୋଡ଼ା ଖଣିବିଭାଗ ର ଚାରି ଜଣିଆ ଟିମ୍ ର ଅତର୍କିତ ଚଢ଼ାଉ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଡ଼ା ଖଣି ଅଧିକାରୀଙ୍କ ତତ୍ବାବଧାନରେ ଏକ ଟିମ୍ ଗଠନ କରି ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ରେ ଅତର୍କିତ ଚଢ଼ାଉ କରି ଚୋରା ଲୁହାପଥର ବୋଝେଇ ଦୁଇଟି ହାଇୱା ଗାଡ଼ି ଚୋରା ଚାଲାଣ ବୋଝେଇ ଖଣିଜ ପଦାର୍ଥ ସହ ଜବଡକରି ଥିବା ନେଇ ସୂଚନା।ଖଣି ବିଭାଗ ପକ୍ଷରୁ ଖଣିଜ ଦ୍ରବ୍ୟ ଚୋରା କାରବାର ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *