Spread the love

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀ ଆକ୍ରମଣରେ ଯୁବକ ଗୁରୁତର।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ହାତୀ ଆକ୍ରମଣରେ ଜଣେ ଆହତ।ମ୍ୟାକମିଲାନ ପୁର ଗାଁ ରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ନେଇ ସୂଚନା। ଟିଆଁସିପଶି ଗାଁ ର ତ୍ରୀନାଥ ସିଂ ଗାଁ ଅନ୍ୟ ଦୁଇ ଜଣ ସହ ମ୍ୟାକମିଲାନ ପୁର ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ସେଠାରେ ହାତୀ ହାବୁଡରେ ପଡିଯାଇଥିଲେ। ଅନ୍ୟ ଦୁଇ ଜଣ ଦୈଡି ପଳାଇ ଯାଇଥିଲେ ଶ୍ରୀନାଥ ହାତୀ ହାବୁଡରେ ପଡି ଯାଇଥିଲେ ହାତୀ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ହାତୀ ଦାନ୍ତ ପଶିଯାଇ ଥିବେ ବେଳେ ଲୋକେ ତାଙ୍କୁ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ନେଇ ସୂଚନା। ଗତକାଲି ରଜିଆ ଜଙ୍ଗଲ ରୁ ଅଠର ଟିକିଆ ହାତୀପଲ ଯାଇ ଆଜି ମ୍ୟାକମିଲାନ ପୁର ରେ ଥିବା ବେଳେ ତ୍ରୀନାଥ ଜଙ୍ଗଲ କୁ ଯାଇ ହାତୀ ଆକ୍ରମଣରେ ଆହତ ହୋଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *