Spread the love

କେନ୍ଦୁଝର ପୋଲିସ୍ ଦ୍ବାରା ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କ ସମେତ ପାଞ୍ଚଗିରଫ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ କେନ୍ଦୁଝର ଜିଲ୍ଲା କୁ ଲାଗିରହିଥିବା ପଡୋଶୀ ଝାଡଖଣ୍ଡ ରାଜ୍ୟରେ ସୁନା ରୂପା ଗହଣା ଲୁଟ୍ ରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତ ଙ୍କ ସହ ସେମାନଙ୍କ ସହ ଜଡ଼ିତ ଦୁଇ ବ୍ୟବସାୟୀ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ୍। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ ଏବଂ ଏହି ଆନ୍ତଃରାଜ୍ୟ ଲୁଟେରା ମାନେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଯୋଡ଼ା ଓ ଚମ୍ପୁଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିଲେ।ସେମାନଙ୍କ ଠାରୁ ପୋଲିସ୍ 29.530ଗ୍ରାମ ସୁନା ତିନିକିଲୋ 681.27ଗ୍ରାମ ରୂପା ଗହଣା ସହ ସେମାନେ ବ୍ୟବହୃତ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ ଯାହାର ନମ୍ବର୍ JH- 05-BN-9266 କୁ ଜବତ କରିଛି ପୋଲିସ୍। ଏହି ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡ ରାଜ୍ୟର ମଝଗାଁ ଥାନା ଅନ୍ତର୍ଗତ ରାଜେନ୍ଦ୍ର ପିଙ୍ଗୁଆ ଓ ଦିପକ ଗୋପ, ଜଗନ୍ନାଥପୁର ଥାନା ଅନ୍ତର୍ଗତ ସରୋଜ କେଶରୀ, ଏବଂ ତାଙ୍କ ସହ ଜଡ଼ିତ ଝାରଖଣ୍ଡ ରାଜ୍ୟର ବାଗବେଡା ଥାନା ଅନ୍ତର୍ଗତ ଶିବ ପ୍ରକାସ ପ୍ରାସାଦ ଓ ରାଜେନ୍ଦ୍ର ପ୍ରସାଦ ଏମାନଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଙ୍ଗୁଆ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *