Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇବାର ପ୍ରସ୍ତୁତି ବେଳେ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇ ନେଇ ପୋଲିସ

 

ଜେ ବି ଏନ, ୧୦-୧୧/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ରବିବାର ଅନୁଗୋଳ ଜିଲ୍ଲାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ରାଣୀଗୋଡା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠତି ହେବାକୁ ଥିବା ମିଶ୍ରଣ ପର୍ବରେ ଯୋଗ ଦେବାପାଇଁ ଆସିଥିବାର ଖବର ପାଇ ଛାତ୍ର କଂଗ୍ରେସ ପକ୍ଷ୍ୟରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କୁ କଳା ପତାକା ଦେଖେଇବା ପାଇଁ ପ୍ରସ୍ତୁତି ହୋଇଥିବାରୁ ଅନୁଗୋଳ ପୋଲିସ ଛାତ୍ର କଂଗ୍ରେସ କୁ କାବୁ କରି ଅନୁଗୋଳ ଥାନା କୁ ଅଣାଯାଇଥିବା ଦୃଶ୍ୟା ଦେଖିବାକୁ ମିଳିଥିଲା।ପୂର୍ବତନ କାଉନସିଲର ବଲବୀର ସିଂ, ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ମାନସ ରଞ୍ଜନ ବିଶ୍ୱାଳ, କମାଲ କାନ୍ତ ସାହୁ, ସଂଗ୍ରାମ ବେହେରା, ଅଭିଷେକ ନାୟକ, ଅସିତ ନାୟକ ପ୍ରମୁଖଙ୍କୁ ୭. ୩୦ ସମୟରେ ଅନୁଗୋଳ ପୋଲିସ ଛାତ୍ର କଂଗ୍ରେସର କର୍ମକର୍ତ୍ତା ମାନଙ୍କୁ ଛାଡିଯାଇଥିବା ସୂଚନା ମିଳିଥିଲା।