Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ତୁରଙ୍ଗ ଗ୍ରାମରେ ଦୃଷ୍ଟିହୀନ ପକ୍ଷ୍ୟରୁ ଭଜନ ସନ୍ଧ୍ୟା ଅନୁଷ୍ଠତି ହୋଇଥିଲା

 

ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତ ଦେହୁରୀ ସାହି ନିକଟରେ ବାସ କରୁଥିବା ଶ୍ରୀମତୀ ଅନିତା ରାଏ ଙ୍କ ବାସ ଭବନରେ ଆଜି ଏକ ଭଜନ ସନ୍ଧ୍ୟା ଅନୁଷ୍ଠତି କରାଯାଇଥିଲା। ଏହି ଭଜନ ସନ୍ଧ୍ୟା ରେ ନାଲକୋ ନିକଟରେ ରହୁଥିବା ଦୃଷ୍ଟିହୀନ ତାଲିମ କେନ୍ଦ୍ର ପକ୍ଷ୍ୟରୁ ଅନୁଷ୍ଠତି ହୋଇଥିଲା । କରୋନା ମହାମାରୀ ସମୟରେ ଦୃଷ୍ଟିହୀନ ମାନଙ୍କର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଗୁଡିକ ବନ୍ଦ ଥିବାରୁ ସେମାନଙ୍କର ଖାଇବା ପିଈବା ରେ ବହୁତ ଅସୁବିଧା ହୋଇଥିବାର ସୂଚନା ମିଳିଥିଲା। ଆଜି ଦୃଷ୍ଟିହୀନ ଭଜନ ସନ୍ଧ୍ୟା ପ୍ରଥମ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଥିଲା। ଏହି ଭଜନ ସନ୍ଧ୍ୟାକୁ ଦେଖିବାପାଇଁ ସ୍ଥାନୀୟ ବାସୀଙ୍କ ଭିଡ ଜମିଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା। ଶ୍ରୀଯୁକ୍ତ ଶରତ ମଣ୍ଡଳ, ଶ୍ରୀମତୀ ଅନିତା ରାଏ, ଶ୍ରୀମତୀ ନର୍ମଦା ମହାକୁଡ଼, ଶ୍ରୀମତୀ ପ୍ରିୟାମନ୍ଦା ରାଉତ, ଶ୍ରୀମତୀ ସୁମିତ୍ରା ମହାନ୍ତି, ଶ୍ରୀମତୀ ମାତାଜୀ କଅଁର, ଶ୍ରୀ ଶାନ୍ତାନୁ ମଣ୍ଡଳ ନେତୃତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ତୁରଙ୍ଗ ଦେହୁରୀ ସାହି, ଦୂର୍ଗା ବିହାର ବାସୀ ସହଯୋଗ କରିଥିଲେ।