Spread the love

*କେବେ ଉଠିବ ପତ୍ରାପାଲି ମଣ୍ଡିରେ ଥିବା ୨୧୦୦୦ ବସ୍ତା ଧାନ”

ବରଗଡ(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ପତ୍ରାପାଲି ଧାନମଣ୍ଡିରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି, ୨୧ ହଜାରରୁ ଅଧିକ ପ୍ୟାକେଟ ଧାନମଣ୍ଡିରେ ପଡ଼ି ରହିଥିବାର ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ଏହି ମଣ୍ଡିକୁସରକାରୀ କଳ ଅଣଦେଖା କରୁଥିବା ବେଳେ ମିଲର୍ସ ମାନେ ମନଇଛା ଦିନେ ଛଡା ଦିନେ ଆସୁଛନ୍ତି ଏପରି କି କଟନି ଛଟଣି ବାବଦରେ ୨ ରୁ ୩ କିଲୋ କାଟିଲେ ଯାଇ ଧାନ କିଣିବୁ ବୋଲି ମିଲ୍ ମାଲିକ କହୁଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।

ବହୁ ଚାଷୀ ଟୋକନ ସମୟ ସୀମା ମଧ୍ୟରେ ଧାନ ବିକ୍ରି କରି ପାରିନାହାନ୍ତି ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହୁଥିବା ଅଭିଯୋଗ କରି ଆମ୍ ଆଦମୀ ପାର୍ଟି ତରଫରୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଶନିବାର ଦାବୀ ପତ୍ର ପ୍ରଦାନ କରାଯାଇଛି। ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭବାନୀ ସାହୁ, ଅତାବିରା ବ୍ଲକ ସଭାପତି ଯଦୁ ମଣି ପ୍ରଧାନ, ଅସିତ ସାହୁ, ନରୋତ୍ତମ ପଣ୍ଡା ପ୍ରମୁଖ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ପତ୍ରାପାଲି ମଣ୍ଡି ର ଧାନ ତୁରନ୍ତ ବିନା କଟନି ଛଟଣିରେ କିଣନ୍ତୁ ବୋଲି ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *