Spread the love

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରାଯାଇଥିଲା।

ହିନ୍ଦୁ ପୁରାଣ ଅନୁସାରେ କୈଳାସ ମାନସରୋବର ହେଉଛି ଭଗବାନ ଶିବଙ୍କ ସ୍ଥାନ। ସେଥିପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ କୈଳାସ ମାନସରୋବର ଦର୍ଶନ ପାଇଁ ଯାଇଥାନ୍ତି।ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ବର୍ତ୍ତମାନ ବେଜିଂ ଗସ୍ତରେ ଅଛନ୍ତି। ସେଠାରେ ସେ ବୈଦେଶିକ ସଚିବ ଏବଂ ଉପ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଛନ୍ତି। ଅକ୍ଟୋବର ମାସରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଉଭୟ ପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ।ଏହି ବୈଠକରେ ଉଭୟ ଦଳ ୨୦୨୫ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *