Spread the love

ଝାରସୁଗୁଡା: ସୁନ୍ଦରଗଡ଼ କୋଇଲା ଚୋରି ଘଟଣାରେ ଝାରସୁଗୁଡ଼ାରେ ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ଚାରି ଜଣିଆ ଟିମ୍ ତଦନ୍ତ କରୁଛି । ବଡ଼ମାଳ ସ୍ଥିତ ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଷ୍ଟକର ଯାଞ୍ଚ କରିଛି ଟିମ୍ ।

ଜିଲ୍ଲା ଖଣି ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଏହି ଟିମ ଗଠନ ହୋଇଛି ।

ତେବେ ଏହି ଟିମରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି ।ସୂଚନାଥାଉକି, ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ କ୍ଷେତ୍ର ଅଧୀନ ଗୋପାଳପୁର ଅଞ୍ଚଳରେ ବେଆଇନ ଖଣିରୁ କୋଇଲା ଚୋରି ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୁନ୍ଦରଗଡରେ ପ୍ରାୟ ମାସେ ହେବ ତଦନ୍ତ ଚାଲିଥିଲେ ବି ଏଯାଏ ମାଫିଆଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ ।

Leave a Reply

Your email address will not be published. Required fields are marked *