Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଦଳା ଛୁଞ୍ଚିପଡା ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

 

ବ୍ରହ୍ମପୁର (୦୩.୦୩.୨୦୨୧)-: ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ମା ସିଂହାସନି ଙ୍କ ନିକଟକୁ ଯିବା ନିମନ୍ତେ ଯାତ୍ରୀ ମାନଙ୍କ ସରଳିକରଣ ଓ ୨୨ଖଣ୍ଡ ଆଦିବାସୀ ଗ୍ରାମକୁ ସଂଯୋଗ କରୁଥିବା କୋଦଳା ଛୁଞ୍ଚିପଡା ୧୦.୧୨୫ କିଲୋମିଟର ରାସ୍ତାର ଉନ୍ନତିକରଣ ସକାଶେ ପୂର୍ତ୍ତବିଭାଗ ଓଡିଶା ସରକାର ରାଜ୍ୟ ଯୋଜନା ଅନୁଦାନ ରୁ ସାତକୋଟି ଦୁଇଲକ୍ଷ ବ୍ୟୟ ବରାଦ ରେ ନିର୍ମିତ ହେବାକୁ ଥିବା ରାସ୍ତାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଶୋଇ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ ଏସଡ଼ିଓ ଲୋକେଶ୍ୱର ପାତ୍ର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, କନିଷ୍ଠ କିରାଣୀ ପ୍ରଭାକର ପୋଲାଈ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ।