Spread the love

 

### କୋରାପୁଟ୍ ଏସ୍‌ପିଙ୍କ ହସ୍ତକ୍ଷେପରେ ଠକେଇର ଶିକାର ଦୁଇ ବ୍ୟକ୍ତିଙ୍କୁ ମିଳିଲା ନ୍ୟାୟ

ତାଳଚେର: ଜଣେ ପୁଲିସ କନଷ୍ଟେବଳଙ୍କ ଠକେଇର ଶିକାର ହୋଇ ପ୍ରାୟ ୪୦ ଲକ୍ଷ ଟଙ୍କା ହରାଇଥିବା ତାଳଚେର ଅଞ୍ଚଳର ଦୁଇଜଣ ବ୍ୟକ୍ତିଙ୍କୁ କୋରାପୁଟ୍ ପୁଲିସ ଅଧୀକ୍ଷକଙ୍କ ହସ୍ତକ୍ଷେପରେ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତାଳଚେର ବ୍ଲକ୍‌ ଅନ୍ତର୍ଗତ ସାଉଥ୍ ବଲଣ୍ଡାର ନାରାୟଣ ସାହୁ ଏବଂ ସିଧେଶ୍ୱର ପ୍ରଧାନ ଜଣେ ପୁଲିସ କନଷ୍ଟେବଳଙ୍କ ଠକେଇର ଶିକାର ହୋଇଥିଲେ। ଅଭିଯୋଗ ଅନୁସାରେ, କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗୋକୁଳ କାଣ୍ଡାପାନ ଏହି ଦୁଇଜଣଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିଲେ।

ଏହି ଘଟଣାକୁ ନେଇ ପୀଡ଼ିତମାନେ କୋରାପୁଟ୍ ପୁଲିସ ନିକଟରେ ଅଭିଯୋଗ ଜଣାଇଥିଲେ। ଏହାପରେ କୋରାପୁଟ୍ ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ରୋହିତ ବର୍ମାଙ୍କ ହସ୍ତକ୍ଷେପ ଓ ତତ୍ତ୍ୱାବଧାନରେ ଘଟଣାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ସେହିପରି ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ଅନ୍ୟ ଲୋକଙ୍କଠାରୁ ମଧ୍ୟ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିବା କୁହାଯାଉଛି।

ଜଣେ ପୁଲିସ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ଘଟଣା ପୁଲିସ ବିଭାଗର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

 

Leave a Reply

Your email address will not be published. Required fields are marked *