Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଲିୟରୀ ଥାନାରେ ରକ୍ତଦାନ ଶିବିର ୧୧୫ୟୁନିଟ ରକ୍ତ ସଂଗ୍ରହ

ଜେ ବି ଏନ୍ ୦୩/୦୫/୨୦୨୧( ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ ଜିଲ୍ଲା ତାଳଚେର କୋଲିୟରୀ ଥାନାରେ ଗତ କାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ତାଳଚେର ଉପଖଣ୍ଡ ଅଞ୍ଚଳର ସମସ୍ତ ପୁଲିସ୍‌ କର୍ମଚାରୀଙ୍କ ସହଯୋଗରେ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଉକ୍ତ ଶିବିରିକୁ ତାଳଚେର ଏସଡିପିଓ ନୀତେଶ ୱାଧାଓ୍ୱାନୀ ଉଦ୍‌ଘାଟନ କରିଥିଲେ । ଶିବିର ପରିଚାଳନାରେ ତାଳଚେର କୋଲିୟରୀ ଥାନା , ଟାଉନ୍ ଥାନା ଓ କଣିହାଁ ଥାନା ଅଞ୍ଚଳର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ତାଳଚେର କୋଲିୟରୀ ଥାନା ଅଧିକାରୀ ସବ୍ୟସାଚୀ ରାଉତ ଧନ୍ୟବାଦ ଦେଇଥିଲେ ।