Spread the love

ଖଣିମାଫିଆ ମାନଙ୍କ ପାଇଁ ଯୋଡ଼ା ଖଣି ମଣ୍ଡଳ ଭୂସ୍ବର୍ଗ ପାଲଟିଥିବା ମନେହୁଏ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଅହେତୁକ ମାତ୍ରାରେ ବିଭିନ୍ନ ପ୍ରକାରର ଖଣିଜସମ୍ପଦ ଭରି ରହିଛି। ଯାହାକୁ ନେଇ ଏହି ଯୋଡ଼ା ଖଣି ମଣ୍ଡଳ ଖଣି ମାଫିଆ ମାନଙ୍କର ଭୂସ୍ବର୍ଗ ପାଲଟିଥିବା ପରି ମନେହୁଏ। ଅନେକ ସମୟରେ ଦେଖାଯାଏ ଏହି ଖଣି ମାଫିଆ ମାନେ ଏହି ଯୋଡ଼ା ଖଣିମଣ୍ଡଳ ଅଞ୍ଚଳରୁ ଖଣିଜ ପଦାର୍ଥ ଚୋରାଚାଲାଣ କରି ରଙ୍କରୁ ରାଜା ପାଲଟିଛନ୍ତି। ସେଇଭଳି ଏକ ଖଣି ଚୋରା ଚାଲାଣ କାରୀଙ୍କୁ ବନ ବିଭାଗ କାବୁ କରିଥିବା ସାମ୍ନାକୁ ଆସିଛି। ରାଇକା ନିକଟରୁ ଚୋରା ମାଙ୍ଗାନିଜ ବୋଝେଇ ପିକଅପ୍ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ବିଲେଇପଦା ସେକ୍ସନ ଅଧିନସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଗତ ରାତିରେ ଏକ ପିକଅପରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ବ ମାଙ୍ଗାନିଜ ପଥର ବୋଝେଇ କରି ଝାଡଖଣ୍ଡ ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ରାଇକା ନିକଟରେ ବନ ବିଭାଗର ପେଟ୍ରୋଲିଂ ହାବୁଡ଼ରେ ପଡି ଯାଇଛନ୍ତି ୩ ଜଣ ଅଭିଯୁକ୍ତ। ସେଥି ମଧ୍ୟରୁ ଜଣେ ପିକଅପ୍ ଡ୍ରାଇଭର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୋଡା ଥାନା ଅନ୍ତର୍ଗତ କଳାପାହାଡ ଅଞ୍ଚଳର ବୋଲି ଜଣାପଡିଛି। ବନବିଭାଗ ମାଙ୍ଗାନିଜ ବୋଝେଇ ପିକଅପ୍ ଜବତ୍ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *