Spread the love

ବ୍ରହ୍ମପୁରର ଘୋରୋଈ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଭାରତୀୟ ନ୍ୟାୟ ସହିଁତା ( BNS ) ପୁସ୍ତକର ଉନ୍ମଚନ କାର୍ଯକ୍ରମ ଅନୁଷ୍ଟିତ l ଉକ୍ତ ମହାବିଦ୍ୟା ଳୟର IPC ପଢ଼ାଉଥିବା ଅଧ୍ୟାପିକା ମନୀଷା ବିଶ୍ବାଳ ନିଜର ପ୍ରଗାଢ ଜ୍ଞାନ ବଳରେ ପୁସ୍ତକକୁ ଲେଖିଛନ୍ତି l ପ୍ରିନ୍ସିପାଲ ଡ.ସୋରଜ କୁମାର ସାମନ୍ତ, ସଭାପତି ସଞ୍ଜୀବ କୁମାର ସାମନ୍ତ, ପରିଚାଳନା ମୁଖ୍ୟ ମନୋଜ କୁମାର ଜେନା ସାମନ୍ତ, ସେକ୍ସନ ଅଫିସର ମୁକେଶ କୁମାର ଜେନା ସାମନ୍ତ ମଞ୍ଚାସିନ ରହିଥିଲେ l ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ପୁର୍ବତନ ରେଜିଷ୍ଟର ରଞ୍ଜନ କୁମାର ବିଶ୍ଵାଳ,ଦନ୍ତ ଚିକିତ୍ସକ ଡାକ୍ତର ମୌସୁମୀ ବିଶ୍ବାଳ ସମେତ ଗଞ୍ଜାମ ଆଇନ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ସୁଶ୍ରୀ ମନୀଷା ବିଶ୍ବାଳ ଙ୍କୁ ମାନପତ୍ର ସହ ଉପୌଢ଼କନ ଦେଇ ସମ୍ମାନିତ କରିଥିଲେ l ଉକ୍ତ ଆଇନ ମହାବିଦ୍ୟା ଳୟର ବିଦ୍ୟାର୍ଥି ମାନେ ଅଧ୍ୟାପିକା ମନୀଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ l ସଭାକାର୍ଯ୍ୟକୁ ମହାବିଦ୍ୟାଳୟର ଛାତ୍ରୀ ସୁଜାତା ପାତ୍ର ପରିଚାଳନା କରିଥିବା ବେଳେ ପରିଶେଷରେ ଭାଗ୍ୟବତୀ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ l ଆଇନ ମହାବିଦୟାଳୟର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *