Spread the love

ଖରସ୍ରୋତା ମହାବିଦ୍ୟାଳୟ ର ୫୧ ତମ ପ୍ରତିଷ୍ଠା ଦିବସ ପାଳନ

ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଖରସ୍ରୋତା ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ବହୁ ଆଡମ୍ବର ପୁର୍ଣ୍ଣରେ ପାଳିତ ହୋଇଯାଇଛି।ଠିକ୍ ଆଜକୁ ୫୦ ବର୍ଷ ପୁର୍ବେ ସିଂହପୁର ଭଳି ଏକ ଦୃର୍ଗମ ପଲ୍ଲୀ ଅଞ୍ଚଳରେ ଏକ ମହାବିଦ୍ୟାଳୟ ସ୍ଥାପନାର ସ୍ୱପ୍ନ ଯେଉଁ ମାନେ ଦେଖିଥିଲେ ସେମାନଙ୍କ ମଧ୍ୟରୁ ବହୁବ୍ୟକ୍ତି ବିଶେଷ ଆମ୍ଭମାନଙ୍କ ଗହଣରେ ଆଉ ନାହାନ୍ତି।ଯେଉଁମାନେ ଜୀବିତାବସ୍ଥାରେ ଅଛନ୍ତି ସେମାନେ ଆଜି ବୟସର ଅପରାହ୍ନରେ ଅବତୀର୍ଣ୍ଣ। ଦିବଂଗତ ମାନଙ୍କୁ ମନେ ପକାଇବା ପାଇଁ ତଥା ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଆଜି ପ୍ରତିଷ୍ଠା ଦିବସରେ ଏକ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁଧାଂଶୁ କୁମାର ଦାସ ସଭାପତିତ୍ୱ କରିଥିଲେ। ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ସାମଲ ଅତିଥି ପରିଚୟ ସହିତ ସଭା ପରିଚାଳନା କରିଥିଲେ। ଅଧ୍ୟକ୍ଷ ଡ଼ ସୁଧାଂଶୁ କୁମାର ଦାସ ସ୍ୱାଗତ ଭାଷଣ ରଖିବା ସହିତ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ପାଳନରେ ସମସ୍ତେ ସହଭାଗୀ ହେବାପାଇଁ ଅନୁରୋଧ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଗୋଲକ ବିହାରୀ ଦାସ,ଉଦୟ ନାରାୟଣ ପରିଡ଼ା, ପ୍ରାଧ୍ୟାପକ ରବିନ୍ଦ୍ର ନାଥ ରାୟ,ପ୍ରଥମ ମୁଖ୍ୟ କିରାଣୀ କୃତ୍ତିବାସ ପ୍ରଧାନ,ପ୍ରଥମ ଗ୍ରାନ୍ଥାଗାରିକ ସୁଶାନ୍ତ କୁମାର ନାୟକ ପ୍ରତିଷ୍ଠା ଦିବସ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ମତାମତ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ସୁବୋଧ କୁମାର ନାୟକ, ଘନଶ୍ୟାମ ଜେନା, ଉପେନ୍ଦ୍ର କୁମାର ସାମଲ,ମିହୀର କୁମାର ରାଉତ,ନୀଳାବତୀ ପଣ୍ଡା, ପ୍ରାକ୍ତନ ଅଧ୍ୟାପକ ଅଜୟ କୁମାର ଓଝା, ମୀନକେତନ ସାମଲ, ତ୍ରିଲୋଚନ ବେଉରିଆ ଓ ଅଜୟ କୁମାର ଦାସ ମତାମତ ରଖିଥିଲେ। ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧୃବ ଚରଣ ବାରିକ,ଶ୍ରୀଧର ସାହୁ, ପଦ୍ମଚରଣ ସାହୁ, ନାଗେଶ୍ୱର ମଲ୍ଲିକ,ଅନନ୍ତ କୁମାର ଦାସ ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ପୃର୍ବରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗର ମୁଖ୍ୟ ଗଗନ ବିହାରୀ ବେହେରା, ଅଧ୍ୟାପିକା ରୁପାଲୀ ମହାରଣା ଓ ଅଧ୍ୟାପକ ମିନକେତନ ତ୍ରିପାଠୀ କବିତା ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଅଧ୍ୟାପକ ମୀନକେତନ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *