Spread the love

ଖରସ୍ରୋତା ମେଧାପ୍ରତିଭା ଓ ଛାତ୍ର ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ

ଯାଜପୁର —- ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅରେଇ ପଞ୍ଚାୟତର ବରୁଣେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଜି ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ଖରସ୍ରୋତା ମେଧାପ୍ରତିଭା ଓ ଛାତ୍ର ପ୍ରତିଭା ସମ୍ମାନ ସମାରୋହ କମିଟିର ସଭାପତି ପଦ୍ମାକର ଗୁରୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଉଦଘାଟକ ଭାବେ ପ୍ରାକ୍ତନ ଏଡିଏମ ଅକ୍ଷୟ କୁମାର ମଲ୍ଲୀକ, ମୁଖ୍ୟ ବକ୍ତା ଭାବେ ଫକିରମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ,ବରେଣ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ବିଂଝାରପୁର ର ଶାନ୍ତନୁ କୁମାର ମଲ୍ଲୀକ, ବରିଷ୍ଠ କର୍ମକର୍ତ୍ତା ଅଜୟ ଓଝା, ସୁଶାନ୍ତ କୁମାର ନାୟକ, ରବିନାରାୟଣ ସାମଲ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ କମିଟି ପକ୍ଷରୁ ଖରସ୍ରୋତା ଅବବାହିକାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଓ +2 ପରିକ୍ଷା ରେ ଉର୍ତ୍ତୀର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଖରସ୍ରୋତା ମେଧା ପ୍ରତିଭା ସମ୍ମାନ –2026 ଏବଂ ଖରସ୍ରୋତା ଛାତ୍ର ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଖରସ୍ରୋତା ପୁସ୍ତକ ମେଳା କମିଟିର କର୍ମକର୍ତ୍ତା ଯଥା ସନ୍ତୋଷ କୁମାର ବେଉରିଆ, ନାରାୟଣ ଚନ୍ଦ୍ର ଦାସ,ସରୋଜ କୁମାର ନାୟକ,ଶିଶିର ଦାସ, ଆଇନଜୀବୀ ଅମ୍ବିକା ପ୍ରସାଦ ସାମଲ, ଖଗେଶ୍ବର ସାହୁ , ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *