Spread the love

ଖରିଫ ଧାନ ପାଇଁ ୭ ଲକ୍ଷ ପାର୍‌ ଚାଷୀ ପଞ୍ଜୀକରଣ
ଭୁବନେଶ୍ୱର, ୨୨/୦୮: ଖରିଫ ଧାନ ସଂଗ୍ରହ ପୂର୍ବରୁ ଚାଷୀ ପଞ୍ଜୀକରଣରେ ନୂଆ ରେକର୍ଡ। ରାଜ୍ୟରେ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଥିବାରୁ ଚାଷୀମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ଗୋଟିଏ ଦିନରେ ହିଁ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ସେ କହିଛନ୍ତି। ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ।

ଚାଷୀମାନେ ଆବଶ୍ୟକୀୟ ଦସ୍ତାବିଜ ସହ ନିକଟସ୍ଥ PACS ଓ LAMPS କାର୍ଯ୍ୟାଳୟରେ ପଞ୍ଜୀକରଣ କରାଇବାକୁ ମନ୍ତ୍ରୀ ଅପିଲ କରିଛନ୍ତି।
କୌଣସି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେ ନାହିଁ ଏବଂ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଚାଷୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳ କରାଯାଇଥିବା ନେଇ ପୂର୍ବରୁ ମଧ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *