Spread the love

ଖେଳିବା ସମୟରେ ପୋଖରୀରେ ପଡ଼ି ନାବାଳିକା ମୃତ୍ୟୁ ।କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅର୍ନ୍ତଗତ ଛେଳିଆନାଳ ଗ୍ରାମରେ ଖେଳୁଥିବା ସମୟରେ ଅଜାଣତରେ ପୋଖରୀରେ ପଡ଼ିଯାଇ ୪ ବର୍ଷ ର ନାବାଳିକା ମୃତ୍ୟୁ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଖେଳୁଥିବା ସମୟରେ ଘରପାଖ ରେ ଥିବା ପୋଖରୀରେ ଅସାବଧାନତା ଯୋଗୁ ପଡ଼ି ଯାଇଥିଲା।ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ଏବଂ ପୋଖରୀରୁ ଝିଅକୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତର ଖାନାରେ ପହଂଚି ଶବକୁ ଜବତ୍ କରି ଅଧିକ ତଦନ୍ତ ଆରମ୍ଭ କରିଛି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *