Spread the love

ଖେଳୁଥିବା ବେଳେ ଅସାବଧାନତା ଯୋଗୁ ପୋଖରୀରେ ବୁଡି ନାବାଳକ ମୃତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ରେ ଘଟିଲା ଅଘଟଣ। ପୋଖରୀରେ ବୁଡି ନା ବାଳକ ମୃତ। ମାମୁଁ ଘରେ ଖେଳୁଥିବା ବେଳେ ଘର ପାଖ ପୋଖରୀ ରେ ବୁଡି ଛଅ ବର୍ଷର ଶିଶୁ ମୃତ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁ ରେ ଘଟିଛି ଅଘଟଣ । ଚମ୍ପୁଆ ବ୍ଲକ ବାଲିଗୁପଶି ଗାଁ ର ରଞ୍ଜନ ମୁଣ୍ଡା ଚେନ୍ନାଇ ରେ କାମ କରୁଥିବାରୁ ଏକ ମାସ ହେବ ତାଙ୍କ ସ୍ତ୍ରୀ ଓ ଏକ ମାତ୍ର ଛଅ ବର୍ଷର ପୁଅ ହୃଦ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁ ରେ ତାଙ୍କ ଶଶୁର ଘରେ ରହି ଆସୁଥିଲେ । ଆଜି ଖେଳୁଥିବା ସମୟରେ ହୃଦ୍ର ଅସାବଧାନତା ବଶତଃ ଘର ପାଖ ପୋଖରୀକୁ ଯାଇ ସେଠାରେ ବୁଡିଯାଇଥିଲା। ଘର ଲୋକ ତାକୁ ବହୁ ସମୟ ଧରି ପାଇନଥିଲେ। ତେବେ ବହୁ ଖୋଜାଖୋଜି କରିବା ପରେ ତାକୁ ନିକଟସ୍ତ ଏକ ପୋଖରୀରୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ବାରିଆ ପୋଲିସ ଡ଼ାକ୍ତର ଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତଦେହକୁ ଚମ୍ପୁଆ ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ବାରିଆ ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *