Spread the love

ଗଙ୍ଗୋତ୍ରି ସାନିଟାରୀ ନାପକିନର ଏକ ନୂତନ ଉତ୍ପାଦକ କେନ୍ଦ୍ର ଉଦ୍ଘାଟନ

 

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞାୟତରେ ଏକ ନୂତନ ଗଙ୍ଗୋତ୍ରି ସାନିଟାରୀ ନାପକିନର ଏକ ନୂତନ ଉତ୍ପାଦକ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କରକମଳରେ ଆଜି।ମା ମାନେ କିପରି ରୋଜଗାର କରି ନିଜେ କିପରି ସ୍ବାଭଲମ୍ବି ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିନ୍ତା କରି ଆସୁଥିବା ବେଳେ ବିଂଝାରପୁର ବ୍ଳକ ସବୁବେଳେ କିଛିନା କିଛି ନୁଆ ବିକାଶ ମାର୍ଗ ସୃଷ୍ଟି କରି ସବୁବେଳେ ଲୋକଙ୍କ ପ୍ରଶଂସା ସାଉଁଟି ଆସୁଛି ସେମିତି ଏକ ନୂଆ ଜିନିଷ ର ଉତ୍ପାଦନ କେନ୍ଦ୍ର

ସାନିଟାରୀ ନାପକିନ ତିଆରି ପାଇଁ ସିଂହପୁରର ମିଶନ ଶକ୍ତିର ମହିଳା ମାନେ ଆଗେଇ ଆସିଛନ୍ତି ।ଯାହାର ନାମ ଗଙ୍ଗୋତ୍ରି ସାନିଟାରୀ ନାପକିନ ରଖାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସଭାପତିତ୍ବ କରିଥିଲେ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ। ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି, ସମିତି ସଭ୍ୟା ଭାଗ୍ୟବତୀ ଧଳ,ମିଶନଶକ୍ତି ଗୋଷ୍ଠୀ ପ୍ରକଳ୍ପର ସଂଯୋଜକ ଲକ୍ଷ୍ମୀଶଙ୍କର ସେନାପତି। OLM ପକ୍ଷରୁ ମାନସ ଦାଶ, ବିଂଝାରପୁର ବ୍ଳକ ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ପକ୍ଷରୁ ଭାରତୀ କାଣ୍ଡି, ସମାଜସେବୀ ରବିନ୍ଦ୍ର ଧଳ, ସିଂହପୁର ପଞାୟତର mbk ସସ୍ମିତା ନାୟକ, ସଭାପତି ଇନ୍ଦୁମତି ସାହୁ, ସମ୍ପାଦକ Lipti DAS, କୋଷାଧ୍ୟକ୍ଷ ତିଳୋତ୍ତମା ସାହୁ,ଉଦ୍ୟୋଗି ମିତ୍ର ଅପ୍ରିତା ପତି ,ପୃର୍ବତନ ସମିତି ସଭ୍ୟା ସୁଧାଂଶୁ ବାଳା ନାୟକ ଙ୍କ ସମେତ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା।

 

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *