Spread the love

ଗଡସନ୍ତ୍ରୀ ଗ୍ରାମର ସରପଞ୍ଚଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ଗଡସନ୍ତ୍ରି ଗ୍ରାମ ପଞ୍ଚାୟତର ସରପଞ୍ଚ ଟଙ୍କଧର ବେହେରା ଆକ୍ରମଣ ନେଇ ଥାନା ରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ସନ୍ଧ୍ୟା ଆଠଟା ବେଳେ ତାଙ୍କ ପଡୋଶୀ ଘର ପିଣ୍ଡାରେ ବସିଥିବା ବେଳେ ବୁଟୁ ସେଠୀ ନାମକ ଜଣେ ଯୁବକ ସରପଞ୍ଚ ଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା। ଯାହା ଫଳରେ ସରପଞ୍ଚ ବିରୋଧ କରିବାରୁ ତାଙ୍କୁ ବୁଟୁ ତଣ୍ଟି ଚିପି ତଳେ ପକାଇ ବିଧା, ଗୋଇଠା ମାଡ଼ ମାରୁଥିବା ବେଳେ ବୁଟୁ ସେଠୀ ସ୍ତ୍ରୀ ଆସି ଏକ ବାଡିରେ ସରପଞ୍ଚ ଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ମାଡ଼ ମାରିବା ସହ ଜୀବନରେ ମାରିଦେବା ପାଇଁ ମଧ୍ୟ ସରପଞ୍ଚ ଙ୍କୁ ଧମକ ଦେଇଛନ୍ତି।ଯାହା ଫଳରେ ସରପଞ୍ଚ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି। ସରପଞ୍ଚ ଗୁରୁତ୍ତର ଭାବେ ଆହତ ହୋଇଥିବା ରୁ ଥାନା ପକ୍ଷରୁ ବଅଁରପାଳ ସିଏଚସି କୁ ଚିକିସ୍ଥା ନିମନ୍ତେ ସ୍ଥାନାନ୍ତରିତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *