Spread the love

::ଗଣତନ୍ତ୍ରର ସ୍ୱାଧୀନ ରାଜ୍ୟରେ ଚାଷୀ ପରାଧୀନ..ସଂଯୁକ୍ତ କୃଷକ ସଙ୍ଗଠନ

ବରଗଡ଼::
ସାମ୍ବାଦିକ ସମ୍ମିଳନୀ ପ୍ରାୟ ୧୦ହଜାର ଲୋକଙ୍କ ସମାଗମ ଏବଂ କେନ୍ଦ୍ର କୃଷକ ନେତାଙ୍କ ଆଗମନ ହେବା ବିଷୟରେ ସୂଚନା।
ବରଗଡ:୬/୧୧(ପବିତ୍ର ମେହେର)
ସ୍ୱାଧୀନ ଭାରତରେ ପରାଧୀନ କୃଷକ, ଉନ୍ନତି ପରିବର୍ତ୍ତେ ଦିନକୁଦିନ ଅବନତି ହେଉଛି। ସମସ୍ତ ଜମିକୁ ଜଳସେଚନ ହୋଇ ପାରିଲା କି? ଫସଲର ଉଚିତ ମୂଲ୍ୟ ମିଳିପାରୁଛି କି? ସମସ୍ତ ଦ୍ରବ୍ୟର ବଜାର ବ୍ୟବସ୍ଥା କେତେ ସୁନିଶ୍ଚିତ? ସ୍ୱାଧୀନତା ପୂର୍ବରୁ ଗୋଟିଏ ବିଦେଶୀ କମ୍ପାନୀ ଶୋଷଣ କରୁଥିଲା ଏବେ ହଜାର ହଜାର ଯେମିତି କି ବିହନ, ସାର କୀଟନାଶକ, କୃଷିଜାନ୍ତ୍ରପାତି, ଏପରିକି ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସବୁ କ୍ଷେତ୍ରରେ କମ୍ପାନୀ ବା ପୁଞ୍ଜିପତି, ଯାହା ଖରା,ବର୍ଷା, ଶୀତ କାକରରେ ଆମେ ମୁଣ୍ଡର ଝାଲ ତୁଣ୍ଡରେ ମାରି ଉତ୍ପାଦନ କରିଥାଉ ତାହାର ସବୁ ଲାଭ ସେହି କମ୍ପାନୀମାନେ ବିଭିନ୍ନ ବାଟରେ ଶୋଷଣ କରୁଛନ୍ତି। ଏବେ କମ୍ପାନୀ ମାନଙ୍କ ଆଖି ଆମର ମାତୃତୁଲ୍ୟ ଜମି, ଜଙ୍ଗଲ, ଜଳ ଓ ଜୀବିକା ଉପରେ ନଜର। ଏଣୁ ଆସନ୍ତୁ ଆମେ ସମସ୍ତେ ମିଶି ଚାଷ ଓ ଚାଷୀକୁ ବଞ୍ଚାଇବା ପାଇଁ ଶପଥ ନେବା ଓ ସରକାରକୁ ଆମର ଦାବୀ ରଖିବା l ୧- ପଞ୍ଜିକୃତ ସମସ୍ତ ଜମିର ଯୋଗ୍ୟ ଚାଷୀଙ୍କ ଟୋକନ ପ୍ରଦାନ କରି ତିନୋଟି ସ୍ତରରେ ଧାନ ବିକ୍ରୀର ସୁଯୋଗ ଦେଇ କଟନୀ ଛଟଣୀ ବନ୍ଦ ଓ ଦଲାଲ ମୁକ୍ତ କରି ମଣ୍ଡିକୁ ଧାନ ଆଣିବାର ୪୮ ଘଣ୍ଟା ମଧ୍ୟରେ ଧାନ କିଣା ଯାଉ।
୨- ବରଗଡ଼ ଜିଲ୍ଲାରେ ପ୍ରାୟ୧୩ ହଜାର ସୋଲାର ବୋରିଂ ଖୋଲିବା ପାଇଁ ଆବଶ୍ୟକ କାଗଜପତ୍ର ଦେଇ ବ୍ୟାଙ୍କରେ ୨୦ ହଜାର ଟଙ୍କା ଜମା କରିଛନ୍ତି, ସେମାନଙ୍କର ବୋରିଂ ତୁରନ୍ତ ଖୋଳାଯାଉ ପୁରୁଣା ବିଦ୍ୟୁତ ବିଲ ଛାଡ଼ କରାଯାଉ,ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ଜଳ କର ଭଳି ଧାର୍ଯ୍ୟ କରାଯାଉ ଏବଂ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦିଆଯାଉ।
୩- ଦେଶରେ ମୋଟ କୃଷି ଋଣ ୨୧ଲକ୍ଷ କୋଟି ଏବଂ ରାଜ୍ୟରେ ୨୪ ହଜାର କୋଟି ଓ ବରଗଡ଼ରେ ୬୭୨୦ କୋଟି ହୋଇଅଛି। ଯାହା କୃଷକ ତାହାର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ପରିଶୋଧ କରିପାରିବେ ନାହିଁ ଏଣୁ ଦେଶର ଅନ୍ନ ଦାତାକୁ ଅପମାନ ନୁହେଁ ସମ୍ମାନ ଦୃଷ୍ଟିରୁ ସମସ୍ତ କୃଷି ଋଣ ଛାଡ଼ କରାଯାଉ ଏବଂ ୧୦ ଲକ୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ପ୍ରଦାନ କରାଯାଉ।
୪-ସ୍ୱାମୀନାଥନ ଆୟୋଗ ଅନୁସାରେ ସମସ୍ତ ଫସଲର ମୂଲ୍ୟ ନିର୍ଧାରଣ କରାଯାଇ ସୁନିଶ୍ଚିତ ମଣ୍ଡି ବ୍ୟବସ୍ଥା କରାଯାଉ।
୫-ସବୁ ଜମିକୁ ବିସ୍ଥାପନ ବିହୀନ ଜଳସେଚନ ବ୍ୟବସ୍ଥା କରାଯାଉ।
୬-ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଏବଂ ସାର କୀଟନାଶକ ଆବଶ୍ୟକ ଅନୁସାରେ ବାଟମାରଣ ବନ୍ଦ କରି ସିଧାସଳଖ ଚାଷୀମାନଙ୍କୁ ଯୋଗାଇ ଦିଆଯାଉ।
୭- ଲଘୁବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା କରାଯାଉ।
୮-ଶୀତଳ ଭଣ୍ଡାର ଏବଂ ଗୋଦାମ ଗୃହ ନିର୍ମାଣ ସହିତ ପନିପରିବା ଏବଂ ଅଣ ଧାନ ଚାଷୀଙ୍କ ପାଇଁ ଅଣଧାନ ଚାଷୀଙ୍କ ପାଇଁ ସୁରକ୍ଷିତ ନୀତିନିୟମ ପ୍ରଣୟନ କରାଯାଉ।
୯-ବରଗଡ଼ରେ ବନ୍ଦ ପଡ଼ିଥିବା କୃଷି ଶିଳ୍ପର ପୁନଃରୁଦ୍ଧାର କରି ଆବଶ୍ୟକ ଅନୁଯାଇ ନୂତନ କୃଷି ଶିଳ୍ପ ପ୍ରତିଷ୍ଠା କରାଯାଉ।
୧୦-ବରଗଡ଼ ଜିଲ୍ଲାକୁ ନିଶାମୁକ୍ତ ଏବଂ ଭୟମୁକ୍ତ କରାଯାଉ।
୧୧-ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଖାଲିଥିବା ପଦବୀ ପୂରଣ କରି ଗୁଣାତ୍ମକ ଶିକ୍ଷା ଏବଂ ସମବେଦନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଉ।
୧୨- କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ବରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର କୃଷି ଜିଲ୍ଲା ଘୋଷଣା କରାଯାଉ।
ଏହି ସଭାକୁ ସମୋଧିତ କରିବା ପାଇଁ ସୁଦୂର ବିଭିନ୍ନ SKM ସଦସ୍ୟ ଉମେଶ ସିଂ( ବିହାର) ଶଙ୍କର ଘୋଷ (ବଙ୍ଗାଳ) ରାଜନ କ୍ଷୀରସାଗର (ମହାରାଷ୍ଟ୍ର) ଚୌଧୁରୀ ରାଜେନ୍ଦ୍ର, ଅଫ୍ଲାତୁନ( ୟୁପି) ଶଶୀକାନ୍ତ (ପଞ୍ଜାବ) ରାକେଶ ଟିକାୟତ( ୟୁପି )ଅଶୋକ ପାଲ (ଝାରଖଣ୍ଡ ) ରକାମନ୍ତ ବନଜରେ,ପ୍ରବୀଣ କ୍ରାନ୍ତି, ରବୀନ୍ଦ୍ର, ଦୁହନ, କ୍ରିଷ୍ନା ନରୱାଲ, କମଳ କୁଶବାହା, ତେଜରମ ବିଦ୍ରୋହୀ (ଛତିଶଗଡ) ରଘୁନାଥ ଦାସ (ଭୁବନେଶ୍ୱର)ଅଶୋକ ପଧାନ (ପୁରୀ)ବିବେକ ଭାଇ (କୋରାପୁଟ) କ୍ଷୀରୋଦ୍ର ସିଂ ଦେଓ (ରେଙ୍ଗାଲି ) ରୁ ଆସିବା ସହମତି ପ୍ରଦାନ କରିଛନ୍ତି। ଏଣୁ ଆମର ସୋଭାଗ୍ୟ ଦେଶ ଓ ଦେଶ ବାହାରେ କୃଷି ଓ କୃଷକଙ୍କ ପାଇଁ କଣ ଆହ୍ବାନ ଅଛି ଶୁଣିବା,ଜାଣିବା ଏବଂ ବିଚାର କରି ନିଷ୍ପତ୍ତି ଓ କାର୍ଯ୍ୟକ୍ରମ କରିବା। ସମସ୍ତ ଚାଷୀମାନଙ୍କୁ ତନ,ମନ, ଧନ ଏବଂ ଜନ ଦେଇ ଆସନ୍ତା ୧୭ ନଭେମ୍ବର ୨୦୨୬ ବିକ୍ଷୋଭ ରେଲି ଓ ସମାବେଶରେ ସାମିଲ ହୋଇ ସଫଳ କରିବାକୁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ନିବେଦନ କରିଛନ୍ତି। ଏହି ପ୍ରେସ ବାର୍ତ୍ତାରେ ରମେଶ ମହାପାତ୍ର, ଅଜୀତ ସତପଥୀ, ଉତ୍ପନ୍ନ ଭୋଇ, ରବିଶଙ୍କର ପଧାନ, ସୁରେଶ ନୋକେଣ୍ଟି, ନିରନ ପଧାନ, ସୁବାସ ପଧାନ, ସୁବାସ ସମନ୍ତରାୟ, ଭୁବନ ପଧାନ, କାରଣ ସାହୁ, ସୁବଳ ପଧାନ, ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *