ଗରିଆବାହାଲ ରେ କରମ୍ ସାନି ପୂଜା ଉଦଯାପିତ
ଫାଶିମାଲ ତା ୬/୧୦ – ଜମନକିରା ବ୍ଲକ୍ ଅଧିନସ୍ଥ ଗରିଆବାହାଲ ଗ୍ରାମର ରବି ନିଖଣ୍ଡିଆ ନିଜସ୍ୱ
ପରିବାର ମଙ୍ଗଳ ସଙ୍ଗେ ଗ୍ରାମର ମଙ୍ଗଳ ପାଇଁ ମାନସିକ ପୁରଣ ପାଇଁ ମା କରମ୍ ସାନି ଦେବି ଙ୍କ ପୂଜା ଗ୍ରାମବାସୀ ଙ୍କ ସହଯୋଗରେବମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ପୂଜା ଆମ ପଶ୍ଚିମ ଓଡ଼ିଶା ର ସମ୍ବଲପୂର୍ ଓ ସୁନ୍ଦରଗଡ଼ ଜିଲ୍ଲା ର ପ୍ରାୟ ଅଧିକାଂଶ ଗ୍ରାମରେ ଦେବୀ ମା କରମ ସାନି ଙ୍କ ପୂଜା କରାଯାଇ ଥାଏ।ଲୋକ ମତରେ ଏହି ଦେବୀ ଙ୍କ ପୂଜା କରିବା ଦ୍ୱାରା ପରିବାର ମଙ୍ଗଳ ହେବା ସଙ୍ଗେ ଫସଲ କୁ ରୋଗ ପୋକ ରୁ ମୁକ୍ତି ମିଳିଥାଏ ଓ ଗୋରୁ ଗାଈ ସୁସ୍ଥ ରହିଥାନ୍ତି ବୋଲି ଲୋକ ପ୍ରବାଦ ରହିଛି ।ଏଣୁ ଗ୍ରାମର ରବି ନିଖଣ୍ଡିଆ ଙ୍କ ମାନସିକ ପୁରଣ ସଙ୍ଗେ ପରିବାରର ସୁଖ ,ସମୃଦ୍ଧି,ସ୍ୱାସ୍ଥ୍ୟ ଓ ମଙ୍ଗଳ ପାଇଁ କରମ୍ ସାନି ଦେବୀ ଙ୍କ ଆଶୀର୍ବାଦ ଲାଭକରିବା ସକାଶେ ଗ୍ରାମବାସୀ ଙ୍କ ସହଯୋଗରେ କରମ୍ ସାନି ଦେବୀ ଙ୍କ ପୂଜା କରାଯାଇଥିଲା। ଏହା ଏକ ନିଆରା ପୂଜା ହୋଇଥିବାରୁ ଲୋକେ ଦେଖିବା ପାଇଁ ବହୁ ସଂଖ୍ୟକ ଉପସ୍ଥିତ ଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ସାହୁ
