Spread the love

ଗର୍ଭଧାରଣ ପୂର୍ବଓ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତି ଅଧିନିୟମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ ତା ୨୯.୦୩.୨୦୨୫ ରିଖ- ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତି ଅଧିନିୟମ କାର୍ଯ୍ୟକ୍ରମ ଲାଗି ଆଇନଗତ ଢାଞ୍ଚାକୁ ସୁଦୃଢ କରିବା ଏବଂ ବ୍ୟାପକ ଗୁରୁତ୍ଵ ଦେବା ପାଇଁ କଟକ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ କରାଯିବା ସହ ଏକ ସଚେତନତା ରାଲି ଓ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହାପରେ ଶିଶୁବିକାଶ ପ୍ରକଳ୍ପ ଅଧିକାରିଣୀ, ଅଙ୍ଗନବାଡି ଦିଦି, ଅଦ୍ଵିକା କିଶୋରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ରାଲି ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହି ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା ଏହି କାର୍ଯ୍ୟକ୍ରମର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ I ସଂଶାଧନ ସଭ୍ଯ ଶ୍ରୀ ଚିନ୍ତାମଣି ମିଶ୍ର ମହିଳାମାନଙ୍କ ନିମନ୍ତେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ସମ୍ବନ୍ଧିତ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି ବେଟି ବଚାଓ ବେଟି ପଢାଓ ଉପରେ ଆଲୋଚନା କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ଯାଳୟର ଆକସନ ଏଡ ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ନିବେଦିତI ପାଣିଗ୍ରାହୀ, ଜିଲ୍ଲା ସଞ୍ଜୋଯକ ପୋଷଣ ଶ୍ରୀକାନ୍ତ ଜେନା ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯIଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ସଭା ଶେଷରେ ପ୍ରୋଗ୍ରାମ ଅଫିସର ସ୍ଵର୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *