Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗାଁ ସାଥୀ ମାନଙ୍କୁ ଅର୍ଦ୍ଧକୁଶଲୀ ଦାବି ରେ ଅମ୍ବାଭୋନା ବ୍ଳକ ବିଡିଓ ଙ୍କ  ଠାରେ ଦ୍ବାରସ୍ଥ 

ଜେ. ବି. ଏନ୍ (୦୮/୦୩ /୨୦୨୧) ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଓଡିଶା ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଘୋଷଣା ଅନୁସାରେ ବରଗଡ ଜିଲ୍ଲା  ଗାଁ ସାଥୀ ଅର୍ଦ୍ଧକୁଶଲୀ ଦାବି ରେ ଅମ୍ବାଭୋନା ବ୍ଳକ କାର୍ଯ୍ଯରତ ଗାଁ ସାଥୀ ମାନଙ୍କ ସଂପୂର୍ଣ୍ଣ ତଥ୍ୟ ଓ ତାଲିକା ପ୍ରଦାନ କରି ବିଡିଓ ଠାରେ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଯେ କରୋନା ମହାମାରୀ ଯୋଗୁଁ ବହୁ ଗାଁ ସାଥୀ କାମଧନ୍ଦା ଅଭାବ ଯୋଗୁଁ ପରିବାର ଅବସ୍ଥା ସଂକଟାପନ୍ନ ହେତୁ ସେମାନେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ମହାତ୍ମା ଗାନ୍ଧୀ  କର୍ମ ନିଯୁକ୍ତି ଯୋଜନା ରେ କାମ ଯୋଗାଇଦେବାକୁ ଦାବି କରିଛନ୍ତି । ଗାଁ ସାଥୀ ମାନଙ୍କୁ ବର୍ଷ କୁ ୧୦୦ଦିନ କାମ ନିଶ୍ଚିତ ଭାବେ ପ୍ରଦାନ କରାଯି ସହିତ ଆଗାମୀ ଦିନରେ ସେମାନଙ୍କୁ ଅର୍ଦ୍ଧକୁଶଲୀ ଶ୍ରମିକ ଭାବେ ଘୋଷଣା କରାଯାଇ ଦୈନିକ ୩୩୮ଟଙ୍କା ମଜୁରୀ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅମ୍ବାଭୋନା ବ୍ଳକ ର ୧୫ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଭୁକ୍ତା,ଭୌନାତୋରା,ରୁଚିଦା,କଣ୍ତପଲା,କୁମ୍ମୋ,ଅମ୍ବାଭୋନା,ଡୁଙ୍ଗୁରୀ,ବାଂଜିପାଲି,କର୍ଲା,ଲଖନପୁର,ଖୋଲା,କପାସିରା,ବୁଙ୍ଗାପାଲି,ଦ୍ବାରୀ,ଉତ୍ତମ ଆଦି ଗ୍ରାମପଞ୍ଚାୟତ ର ୧୦୪ ଟି ଗ୍ରାମ ର ୧୭୦ଜଣ ଗାଁ ସାଥୀ କାର୍ଯ୍ଯରତ ଅଛନ୍ତି ବୋଲି ଅମ୍ବାଭୋନା ବ୍ଳକ ଗାଁ ସାଥୀ ମହାସଂଘ ସୂଚନା ଦେଇଛନ୍ତି ।