Spread the love

ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ର ପୂର୍ଣ୍ଣାହୁତି

ଢେଙ୍କାନାଳ, କୈବଲ୍ୟ ବଜାରସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଶାନ୍ତି ପ୍ରତିଷ୍ଠା ଓ ମାନବ ଦେହେ ଦେବତ୍ବର ଅବତରଣ ନିମନ୍ତେ ଯୁଗଦ୍ରଷ୍ଟା ତଯୋନିଷ୍ଠ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଓ ବନ୍ଦନୀୟା ମାତାଜୀ ଦେବୀ ଭଗବତୀ ଶର୍ମାଙ୍କ ଯୁଗ୍ମ ସଂରକ୍ଷଣରେ ଶାରଦୀୟ ନବରାତ୍ର ଅବସରରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୦ ତାରିଖରେ ସଂକଳ୍ପ ସମାରୋହ ହୋଇଥିବାବେଳେ ଗତ ରବିବାର ୧୧ ତାରିଖ ଠାରୁ ଯଜ୍ଞ ଆରମ୍ଭହୋଇଅଛି । ୧୯ ତାରିଖ ସୋମବାର ଦିନ କୁମାରୀ ପୂଜା ଯଜ୍ଞର ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । ଉକ୍ତ ଯଜ୍ଞକୁ ବସନ୍ତ ମଞ୍ଜରୀ ମିଶ୍ର ଓ ବଂଶୀଧର ରାଉତ ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥାପକ ଓ ମୁଖ୍ୟ ଟ୍ରଷ୍ଟି ଶିବ ପ୍ରସାଦ ଶତପଥୀ, ସହ ଟ୍ରଷ୍ଟି ସନ୍ତୋଷ କୁମାର ଅଗ୍ରୱାଲା, କୋଷାଧ୍ୟକ୍ଷ ଦେବରାଜ ସାହୁ, ଜିଲ୍ଲା ସଂଯୋଜକ ନରହରି ବିହାରୀ, ପରିବ୍ରାଜକ ବଂଶୀଧର ରାଉତଙ୍କ ସମେତ ଟ୍ରଷ୍ଟି ସଦସ୍ୟ ଗୋପିନାଥ ସାହୁ, ମନୋଜ କୁମାର ଅଗ୍ରୱାଲା, ବସନ୍ତ ମଞ୍ଜରୀ ମିଶ୍ର ଓ ଭାରତୀ ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *