Spread the love

ସମ୍ବଲପୁର ଜିଲ୍ଳା (ତା-୧୯-୧୦-୨୦୨୬) ଝାରସୁଗୁଡ଼ା ର କୁଲାବିରା ମା ସମଲେଶ୍ଵରୀ ମନ୍ଦିର ରେ ବାର୍ଷିକ କବିତା ପାଠ ଉତ୍ସବ ମହାସମାହାରରେ ପାଳିତ ହୋଇଯାଇଛି।ଉତ୍ସବରେ କବି ତଥା ସାମ୍ବାଦିକ ବିଜାଗୁଡ଼ା ର ନରେନ୍ଦ୍ର ସାହୁ ଙ୍କୁ କୁଲାବୀରା ସମଲେଶ୍ଵରୀ ମନ୍ଦିର କମିଟି ତରଫରୁ ସମ୍ମାନିତ କଲେ।ଏହି କବି ସମ୍ମିଳନୀ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ କବି ସାମିଲ ହୋଇ କବିତା ପାଠ କରିଥିଲେ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ରୋହିତ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜ ସେବି ଶୁଶିଲ ଦାସ, ବିଶିଷ୍ଟ ଅତିଥି ମୋୖରସୀ ଟ୍ରଷ୍ଟି , ସଭାପତି ଦଶରଥ ରାଏ, ପଦ୍ମିନୀ ହୋତା, ଦିଲେଶ୍ଵର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କବିଙ୍କୁ ସମ୍ମାନିତ କରିଥିଲେ। କବି ଅରୁଣ ପାତ୍ର, କବି ଶମ୍ଭୁନାଥ ସାହୁ, କବି ନିକୁଞ୍ଜ ବିହାରି ମିଶ୍ର, ସରୋଜ ମିଶ୍ର ତାଙ୍କ ସୁରଚିତ କବିତା ପାଠ କରିଥିଲେ। କବି ନଳିନ୍ଦ୍ର ଗୋଖରା ପରିଚାଳନା କରିଥିଲେ, ପିଙ୍କୁ ଦାସ କବିତା ଆସରକୁ ସହଯୋଗ କରିଥିଲେ। ଏହି କବିତା ମନ୍ଦିର କମିଟି ପୂଜକ ମାନେ ପ୍ରସାଦ ସେବନ ରେ ସାହାର୍ଯ୍ୟ କରିଥିଲେ। ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *