Spread the love

ଗୋଡେଇ ଗୋଡେଇ ଯୁବକକୁ ମାରିଲା ହାତୀ !

 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ଗ୍ରାମ ପଞ୍ଚାୟତ ବେଣୀପଥର ଗ୍ରାମରେ ଏକ ଅଭାବ ନିୟ ଘଟଣା ଘଟିଯାଇଛି ! ପିତା ଭଗତ ବେହେରା, ମାତା ମାମି ବେହେରା ଙ୍କର ପୁତ୍ର ବିଚିତ୍ରା ବେହେରା ନାମକ ବ୍ୟକ୍ତି ସକାଳ 6ଟା ଟାଇମ ରେ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ହାତୀ ଆସି ଗୋଡେଇ ଗୋଡେଇ ମାରିଥିଲା !ବିଚିତ୍ରା ଙ୍କର ବୟସ 33ବର୍ଷ ତାଙ୍କର ସ୍ତ୍ରୀ ସିପି ବେହେରା, ପୁଅ ସାଇ ବେହେରା ବୟସ 5ବର୍ଷ, ଝିଅ ସାହିଲି ବେହେରା ଦେଢ଼ ବର୍ଷ !ପୁଅ ଝିଅ ସ୍ତ୍ରୀ ଙ୍କୁ ନେଇ ଗୋଟିଏ ସଂସାର ଥିଲା ସେଇ ସଂସାର ଚଲେଇବ କିଏ ଆହାର ମୁଠେ ତାଙ୍କ ମୁହଁରେ ଦବ କିଏ, ପିନ୍ଧିବାକୁ ଖଣ୍ଡେ ପ୍ୟାଣ୍ଟ ସାର୍ଟ ଦବ କିଏ !କୋଳେଇ କାଖେଇ ନେଇ ଗେଲ କରିବ କିଏ କେକ, ପାରୁଟି, କୁର କୁରି,ବିସ୍କୁଟ ଖାଇବାକୁ ଦବ କିଏ ଛୋଟ ଛୁଆ ରୁ ବଡ ମଣିଷ କରିବ କିଏ, ବାପା ବାପା କହି ଡାକିବେ କାହାକୁ ଉଅ କରିବ କିଏ ! ହାତୀ ଆସି ସବୁ ସଂସାର ଉଜାଡି ଦେଲା !ହଁ ଆଜ୍ଞା ବିଚିତ୍ରା ବେହେରା ଙ୍କୁ ହାତୀ ଗୋଡେଇ ଗୋଡେଇ ମାରି ଆଘାତ କରିଥିଲା ଯେ ଡାକ୍ତର ଖାନା ନବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା !ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

 

Leave a Reply

Your email address will not be published. Required fields are marked *