Spread the love

ଗୋପାଳପ୍ରସାଦ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ
ତାଳଚେର, ୦୧/୧୧ ତାଳଚେର ବ୍ଲକସ୍ଥିତ ଗୋପାଳପ୍ରସାଦ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଗୋପାଳପ୍ରସାଦ ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀ, ସମ୍ମାନୀତ ଅତିଥି ଭାବରେ ସବ୍ ଇନସ୍ପେକ୍ଟର ଶେଷଦେବ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରାଯିବା ସହ ଦେଶର ଏକତା, ଅଖଣ୍ଡତା ଓ ସଂହତି ସୁଦୃଢ଼ କରିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଏହା ସହିତ ଯୁବପିଢ଼ି ନିଶା କବଳରୁ ନିଜକୁ ରକ୍ଷା କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ସମ୍ବଦ୍ଧରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *

You missed