ଗ୍ରାମବାସୀ, ଘରୋଇ କମ୍ପାନୀକୁ ନେଇ ପ୍ରଶାସନର ତ୍ରିପାଖିକ ବୈଠକ
ତାଳଚେର, ୧୨/୧୧ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ରୁମଟା କମ୍ପାନୀ, ବିଧାୟକ, ତାଳଚେର ପ୍ରଶାସନ ଓ ଧରମପୁର, ସରେଇଲୋ, ଖଇରାପାଳ ଲୋକଙ୍କୁ ନେଇ ଏକ ତ୍ରିପାଖିକ ଆଲୋଚନା ହୋଇଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବାରମ୍ବାର ରୁମଟା କମ୍ପାନୀ ବେଆଇନଭାବେ ଡ଼୍ରିଲିଙ୍ଗ କରିବାକୁ ଗ୍ରାମରେ ପ୍ରବେଶ କରୁଥିବା ଯାହାକୁ ନେଇ ଗ୍ରାମବାସୀ ବିରୋଧ କରି ଆସୁଥିଲେ । ରୁମଟା ଘରୋଇ କମ୍ପାନୀ ଉପଜିଲ୍ଳାପାଳଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲା । ଯାହା ଫଳରେ ୩ଖଣ୍ଡ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ହୋଇଥିଲା । କିନ୍ତୁ ଏହି ବୈଠକରେ ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଥିଲା କି, ଯାହା ବି ଆଗକୁ ହେବ ତାକୁ ସମସ୍ତେ ମାନନ୍ତୁ ବୋଲି ଅପିଲ କରାଯାଇଥିଲା । ତାଙ୍କ କହିବା ଅନୁସାରେ କମ୍ପାନୀ ଦ୍ୱାରା ଡ଼୍ରିଲିଙ୍ଗ ସର୍ଭେ ହେବ ଓ ଯଦି ରିର୍ପୋଟ ଠିକ ରହେ ତେବେ ଜାଗା ଅଧିଗ୍ରହଣ ଆଗକୁ କଣ ହେବ ତାହ ନିଷ୍ପତି ହେବାପରେ ସମସ୍ତ କାର୍ଯ୍ୟ କରାଯିବ । ମାତ୍ର ୩ଖଣ୍ଡ ଗ୍ରାମର ପ୍ରଜାମାନେ ଘରୋଇ କମ୍ପାନୀ ଦ୍ୱାରା ଡ଼୍ରିଲିଙ୍ଗ କାର୍ଯ୍ୟ କରାଇ ନଦେବାକୁ ପ୍ରଶାସନକୁ ରୋକଠକ ଜଣାଇ ଦେଇଥିଲେ । ପ୍ରଶାସନ ପକ୍ଷରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯେଉଁ ବ୍ୟକ୍ତି ଡ଼୍ରିଲିଙ୍ଗ ପାଇଁ ଜମି ଛାଡ଼ିବାକୁ ଉଚ୍ଛୁକ କେବଳ ତାଙ୍କ ଜମିରେ ଡ଼୍ରିଲିଙ୍ଗ ହେବ କିନ୍ତୁ ସେହି ଜମିକୁ ଯିବାପାଇଁ ଯାହାର ଜମି ରହିଛି ଯଦି ସେ ବିରୋଧ କରିବ ତାହା ହେଲେ ଡ଼୍ରିଲିଙ୍ଗ ଏବଂ ସର୍ଭେକାର୍ଯ୍ୟ ହୋଇପାରିବ ନାହିଁ । ଏଥିରେ କିଛି ଲୋକ କମ୍ପାନୀ ସପକ୍ଷରେ ଥିବା ବେଳେ ପ୍ରାୟ ୮୦% ଲୋକ କମ୍ପାନୀକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି । ଧରମପୁର ଗ୍ରାମସଭାପତି ଶ୍ରୀପତି ପ୍ରଧାନ, ରାମଚନ୍ଦ୍ର ଭୂତିଆ, ଚାରୁଲତା ଭୂତିଆ, ଯୁଗୋଳ ଭୂତିଆ, ଧର୍ମାନନ୍ଦ ବିଶ୍ୱାଳ, କୁଶ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଣି, ଅଭୟ ସାହୁ ଓ ବହୁ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
