Spread the love

ଘରୋଇ କଳହର କରୁଣ ପରିଣତି, ସାବତ ପୁଅର ଭୁଜାଲି ମାଡ଼ରେ ବାପ ମୃତ

ଘରୋଇ କଳହର କରୁଣ ପରିଣତି ସାବତ ପୁଅର ଭୁଜାଲି ଆକ୍ରମଣରେ ସାବତ ବାପର ମୃତ୍ୟ ଘଟିଛି। ଏହିଭଳି ଲୋମ ହର୍ଷଣକାରି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ।କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ଯୋଡ଼ା ସହରରେ ଖେଳିଯାଇଛି ଚାଞ୍ଚଲ୍ୟ। ସାବତ ପୁଅର ଭୁଜାଲି ମାଡ଼ରେ ସାବତ ବାପର ମୃତ୍ୟୁ ହୋଇଥିବା ନେଇ ସୂଚନା। ଘଟଣା ଘଟିଛି ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ହନୁମାନ ହାଟିଂ ଠାରେ। ମୃତ ବ୍ୟକ୍ତି ହେଲେ ମନୋଜ କାଳନ୍ଦୀ । କୌଣସି କାରଣରୁ ମନୋଜ ନାମକ ଜଣେ ବ୍ୟକ୍ତିକୁ ତାର ସାବତ ପୁଅ ରାଗରେ ଜର୍ଜରିତ ଓ ପ୍ରତିଶୋଧ ପରାୟଣ ହୋଇ ମନୋଜ ଏକ ସ୍କୁଟି ରେ ଆସୁଥିବା ବେଳେ ନିଜ ସାଙ୍ଗ ମାନଙ୍କ ସହ ମିଶି ପ୍ରଥମେ ଲୁହା ପାଇପରେ ପିଟି ତଳେ ପକାଇବା ପରେ ଏକ ଭୁଜାଲିରେ ସାବତ ବାପର ପେଟରେ ଭୂଷି ଦେଇଥିଲେ। ତେବେ ତାଙ୍କୁ ଡାକ୍ତରଖାନା ନେଇ ଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ନେଇ ସୂଚନା। ଘଟଣା ଘଟାଇବା ପରେ ଆସାମୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଛନ୍ତି। ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *