Spread the love

ମହିମାଆଶ୍ରମରେ ଯୋଗ ସାଧନା କେନ୍ଦ୍ର ପକ୍ଷରୁ ଅନୁଭୂତି ପ୍ରକାଶ କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁପଧାନ) :- ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଚିଚୋଲି ଭୁକ୍ତା ସତ୍ଯ ମହିମାଆଶ୍ରମ ରେ ଆଜି ଯୋଗ ସାଧନା କେନ୍ଦ୍ର ପକ୍ଷରୁ ଯୋଗ ପ୍ରଶିକ୍ଷଣ ଅନୁଭୂତି ପ୍ରକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ଭାରତମାତା ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବୁଳନ ସହ ପୂଜାପାଠ କରି କାର୍ଯ୍ଯକ୍ରମ କୁ ଶୁଭାରମ୍ଭ କରାଯାଇଥିଲା। ଯୋଗ ସାଧନା କେନ୍ଦ୍ର ର ଉଦ୍ୟୋକ୍ତା ଫକୀର ମୋହନ ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ଛତିଶଗଡ ସରିଆ ଯୋଗ ଗ୍ରୁପ ର ଯୋଗ ଗୁରୁ ଗୌରୀଶଂଖର ଶଂଖର ବିଶ୍ବାଲ,ସୁରେଶଚନ୍ଦ୍ର ପଧାନ,ତ୍ରିଲୋକ ଗୋୟଳ, ଦେବେନ୍ଦ୍ର ପ୍ରଧାନ, ଧନପତି ଯୋଷି, ଫଗୁଲାଳ ବିଶ୍ବାଳ, ଦୟାନିଧି ଦେହେରୀ, ତପସ୍ବିନୀ ପଧାନ, ସି ସୋରେନ ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ଯୋଗାସନ ଉପକାରିତା ସଂପର୍କ ରେ ବିଶଦ ଭାବେ ଆଲୋକପାତ କରି ଏହି ଅଭିଯାନ କୁ ତୀବ୍ରତର ଆଣିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଯୋଗ ପ୍ରଶିକ୍ଷକ ଗୌରୀଶଂଖର ବିଶ୍ବାଲ ତ୍ରିଲୋକ ଗୌୟଳ, ଯୋଗ ଗୁରୁ ସୁରେଶ ଚନ୍ଦ୍ର ପଧାନ,ହେମନ୍ତ କୁମାର ସାହା, ପ୍ରମୋଦ କୁମାର ସାହୁ,ଲମ୍ବୋଦର ସାହୁ, ଯାଜ୍ଞସେନି ପଧାନ,ସୁରେଶ ପଧାନ ରାଜୁ ସା ପ୍ରମୁଖ ଉପଢୌକନ ଓ ମାନପତ୍ର ଦେଇ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା।

ସଭା ସଂଯୋଜନା ଯୋଗ ଗୁରୁ ପ୍ରମୋଦ କୁମାର ସାହୁ ।ଏହି ଅବସର ଯୋଗାସନ ଓ ବ୍ଯାୟାମ ରେ ସୁସ୍ଥ ଅନୁଭବ ନେଇ ସାମ୍ବାଦିକ ଚନ୍ଦ୍ର ମଣୀ ବେହେରା, ବରିଷ୍ଠ ଚିକିତ୍ସକ ସିତାରାମ ଚୌଧୁରୀ, ଅବସରପ୍ରାପ୍ତ ସୈନିକ କର୍ମଚାରୀ କାମଦେବ ସାହୁ, ଛବିଲାଳ ସା, ଯୋଶେଫ ଚୌଧୁରୀ, କେଶବ ପଟେଲ, ଦୁର୍ଯ୍ୟୋଧନ କାଲୋ, ଅଞ୍ଜଲି ସା,ହରିପ୍ରିୟା ଦାସ ପ୍ରମୁଖ ଯୋଗ ମାଧ୍ୟମ ରେ ଅସୁସ୍ଥ ରୁ ସୁସ୍ଥ ଓ ରୋଗ ରୁ ନିରୋଗୀ ହୋଇ ପାରିଛୁ ବୋଲି ନିଜସ୍ବ ଅନୁଭୂତି ରେ ପ୍ରକାଶ କରିଥିଲେ। ଯୋଗ ସାଧନା କେନ୍ଦ୍ର ର ସଦସ୍ଯ କ୍ଷିରୋଦ୍ର ଦାସ, ଚିତ୍ତରଞ୍ଜନ ପଧାନ, ଚନ୍ଦ୍ରମଣୀ ବେହେରା, ବସନ୍ତ ଙ୍କସା, ପଦ୍ମଲୋଚନ ପଟେଲ, ନିପେନ ଦେହେରୀ, ଯୋଶେଫ ଚୌଧୁରୀ, ଅଭି ପଟେଲ ସମେତ ଯୋଗ ଶିଷ୍ଯାର୍ଥୀ, ସାଧକ ସାଧିକା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷ ରେ ଛତିଶଗଡ ରାୟଗଡ ଭାରତ ସ୍ବାଭିମାନ ନ୍ଯାସ ଏବଂ ପତାଂଞ୍ଜଳି ଯୋଗ ସମିତି ର ଯୋଗ ପ୍ରେରଣା ପତ୍ର ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *