Spread the love

ଘରୋଇ ପରିବହନ ସଂସ୍ଥା କାର୍ଯ୍ୟାଳୟରେ କର୍ମଚାରୀଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ଗୁଜବ ସୃଷ୍ଟି ହେଉଥିବା ବେଳେ ମୃତ୍ୟୁ ର କାରଣ ଅଷ୍ପଷ୍ଟ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଠାରେ ମା ତାରିଣୀ ମନ୍ଦିର ନିକଟରେ ଥିବା ଇଗ୍ଗଲ ମାଇନିଗ ଏଣ୍ଡ ମିନେରାଲ ନାମକ ଏକ ଘରୋଇ ପରିବହନ ସଂସ୍ଥା କାର୍ଯ୍ୟାଳୟ ପରିସର ଏକ କୋଠରୀରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ଉକ୍ତ ପରିବହନ ସଂସ୍ଥାରେ ବହୁ ଦିନରୁ କାର୍ଯ୍ୟ କରୁଥିବା ନେଇ ସୂଚନା। ଯେଉଁଭଳି ଝୁଲନ୍ତା ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି , ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ। ଉକ୍ତ ବ୍ୟକ୍ତି ଙ୍କ ଶରୀରକୁ ଦେଖିଲେ, ସେ ଝୁଲୁଥିବା ପଙ୍ଖା ଟି ତାଙ୍କ ଭାର ସମ୍ଭାଳିବା ଭଳି ମନେହୁଏ ନାହିଁ। ତେବେ ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୂଚନା। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ତ୍ୟୁ ର ଅସଲ କାରଣ ଜଣାପଡିବ। ତେବେ ଉକ୍ତ ଘଟଣା ପ୍ରଘଟ ହେବା ପରେ ତାକୁ ଦେଖିବାକୁ ଉକ୍ତ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମୃତ ବ୍ୟକ୍ତି ଜଣକ ହେଲେ ସୁଦୂର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ସୁଧୀର ଜେନା ଓ ସେ ଏହି ଇଗଲ ମାଇନିଙ୍ଗ ଆଣ୍ଡ ମିନେରାଲ ରେ କର୍ମଚାରୀ ଭାବେ ଦୀର୍ଘ ଦିନରୁ କାର୍ଯ୍ୟ କରିଆସୁଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *