Spread the love

ଚପରିଆ ସେବା ସମବାୟ ସମିତି ରେ ୟୁରିଆ ସାର ବିତରଣରେ ଅନିୟମିତା ଯୋଗୁ ଚାଷୀ ରାସ୍ତା ରୋକ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚପରିଆ ପଞ୍ଚାୟତ ସେବା ସମବାୟ ସମିତିକୁ ସମୁଦ୍ରକୁ ଶଙ୍ଖେ ପାଣି ଭଳି ୟୁରିଆ ସାର ଆସିଥିବାରୁ ପେକ୍ସ ସମ୍ମୁଖରେ ସାଧାରଣ ଚାଷୀଙ୍କ ଆନ୍ଦୋଳନ ଦେଖିବା ମିଳିଛି। ଉକ୍ତ ପେକ୍ସ ଅଧିନରେ ପ୍ରାୟ ପାଞ୍ଚଟି ପଞ୍ଚାୟତ ନିର୍ଭରଶୀଳ କରନ୍ତି କିନ୍ତୁ ଦୀର୍ଘ ଦୁଇ ମାସ ଧରି ଅଞ୍ଚଳର ଚାଷୀ ଚାଷ ଜମିରେ ୟୁରିଆ ସାର୍ ପ୍ରୟୋଗ କରି ଫସଲ ଉତ୍ପାଦନ କରିବା ପାଇଁ ସାତ ସପନ ଦେଖା ଦେଇଛି।ଚାଷର ଉପଯୁକ୍ତ ସମୟ ଅତିକ୍ରମ କଳା ପରେ ମଧ୍ୟ ବର୍ତ୍ତମାନ ସରକାରଙ୍କ ଠାରୁ ସମୁଦ୍ରକୁ ଶଙ୍ଖେ ପାଣି ଭଳି ସାର୍ ଉକ୍ତ ଚପ୍ରିଆ ପେକ୍ସକୁ ଆସିଥିବାର ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଇଆଡ଼େ ଦୁଇ ହଜାର ରୁ ଉର୍ଦ୍ଧ ଚାଷୀ ସାର ଅପେକ୍ଷାରେ ଅନାଇ ବସିଛନ୍ତି ହେଲେ ଚପ୍ରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଚାଷୀଙ୍କ ଚାଷ ଉପଯୋଗୀ ପାଇଁ ଡବଲ ଇଞ୍ଜିନ ସରକାରଙ୍କ ଯୋଗାଇ ଦେଇଥିବା ରାସାୟନିକ ସାରରୁ ଅସଲି ଚିତ୍ର ପ୍ରମାଣିତ କରୁଛି।ଏନେଇ ବ୍ଲକ କୃଷି ଅଧିକାରୀ ଙ୍କୁ ଫୋନ୍ ଯୋଗେ ପଚାରି ବୁଝିବାରୁ ଅଧିକାରୀ ଜଣକ ପଞ୍ଚାୟତ ପିଛା ଏକ ସହ ବେଗ ୟୁରିଆ ସାର ଦେବା ପାଇଁ ଧାର୍ଯ୍ୟ ହୋଇଛି ବୋଲି କହିଥିଲେ। ଭି ଏ ଡ ବ୍ଲୁ ଓ କେଗାଁ ପୋଲିସ ପ୍ରଶାସନ ଆସି ବୁଝାଇ ଥିଲେ ମଧ୍ୟ ତାହା ବିଫଳ ହେଲା କାରଣ ଚାଷୀଙ୍କୁ ଘାରୁଛି ସାହୁକାରଙ୍କ ଧାର କରଜ ଚିନ୍ତା। ପରିତାପର ବିଷୟ ଇଆଡ଼େ ଚାଷୀଙ୍କୁ ସାର ଅଭାବ ଦେଖା ଦେଇଥିବା ବେଳେ ଡିଲର କେଉଠାରୁ ସାର୍ ସଂଗ୍ରହ କରି ନିଜେ ଲାଭବାନ ହେବା ପାଇଁ ଗରିବ ଚାଷୀ ମାନଙ୍କୁ ଚଢ଼ା ଦରରେ ପାଞ୍ଚ ସହ ରୁ. ନହ ସହ ଟଙ୍କା ବିକ୍ରି କରି ନିରୀହ ଗରିବ ଚାଷୀକୁ ଶୋଷଣ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଡବଲ ଇଞ୍ଜିନ ରାଜ୍ୟ ବି ଜେ ପି ମୋହନ ସରକାର. ଓ କେନ୍ଦ୍ର ସରକାର ଦେଶର ବିକାଶର ନାରା ଦେବା ଓ ଓଡ଼ିଶା ରାଜ୍ୟକୁ ଦେଶରେ ସର୍ବଶ୍ରେଷ୍ଠ ଉନ୍ନତି ରାଜ୍ୟ ବନାଇବାରେ ବାଃ ବାଃ ନେଉଥିବା ତାହାର ଦୁମୁହା ନୀତି ଏହିଥିରୁ ସ୍ପଷ୍ଟ ବାରି ହେଉଛି।ଚାଷୀର ବର୍ସେକର ଖାଦ୍ୟ ଅନେଶ୍ୱେଣ ରେ ସଙ୍କଟ ଦେଖା ଦେବାର ସମ୍ଭାବନା ଥିବାରୁ ବାଧ୍ୟ ହୋଇ ଅଞ୍ଚଳର ବାସୁଦେବ ବାଗ. ଘା ସି ସୁନାନୀ. ଗଜାନନ ଚଳାନ. ମଧୁ ଚନ୍ଦନ. ତ୍ରିଲୋଚନ ତାଣ୍ଡି. ସହିତ ଶତାଧିକ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ବାଧ୍ୟ ହୋଇ ପରିସ୍ଥିତି ଉପରେ ରାସ୍ତା ରୋକ୍ ସହିତ ପେକ୍ସ୍ ଘେରାଉ କରିବା ସ୍ଵାଭାବିକ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଯଦି ସରକାର ବ୍ୟାପକ ପରିମାଣରେ ୟୁରିଆ ସାର ଯୋଗାଇ ନ ଦିଅନ୍ତି ତାହେଲେ ଭବିଶ୍ୟତରେ ଚାଷୀର ମୂଲ୍ୟ ବୁଝିବା ପାଇଁ ସରକାର ଓ ପ୍ରଶାସନ ବାଧ୍ୟ ହେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ

Leave a Reply

Your email address will not be published. Required fields are marked *