Spread the love

ଚମ୍ପୁଆଥାନା ଅନ୍ତର୍ଗତରେ ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ଶିଶୁକନ୍ୟା ମୃତ।

କେନ୍ଦୁଝର ଜିଲ୍ଲାରେ ମୋଟର ସାଇକେଲ ଧକ୍କାରେ ଚାଲିଗଲା ଗୋଟେ ଅବୋଧ ୪ବର୍ଷର ଶିଶୁକନ୍ୟାର ଜୀବନ। ଏହି ଘଟଣା ପରେ ଶିଶୁର ମୃତ୍ୟୁକୁ ନେଇ ଚମ୍ପୁଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଏକ ମୋଟର ସାଇକେଲ ଆରୋହୀ ଦ୍ରୁତ ଗତିରେ ବାଇକ୍ ଚଳାଇ ତୁରୁମୁଙ୍ଗା ପଟୁ ଆସି ଲିସା ନାମକ ଏକ ଶିଶୁକନ୍ୟାକୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବାଇକ୍ ଚାଳକ ରଜିଆ-ରିମୁଳି ରାସ୍ତା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା।ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକଙ୍କୁ ଗିରଫ ଦାବି କରିଥିଲେ। ଏଥିସହିତ ଉକ୍ତ ରାସ୍ତାରେ ହମ୍ପସ୍ ନିର୍ମାଣ ପାଇଁ ମଧ୍ୟ ଦାବି କରିଥିଲେ । ଏନେଇ ଚମ୍ପୁଆ-ତୁରୁମୁଙ୍ଗା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଖବରପାଇ ଚମ୍ପୁଆ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରରୁଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *