Spread the love

ଚମ୍ପୁଆ ଥାନା ଅନ୍ତର୍ଗତରେ ଅଜଣା ବୋଲେରୋ ଧକ୍କାରେ ଜଣେମୃତ ଜଣେ ଗୁରୁତର।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ଚାଲିଚାଲି ଆସୁଥିବା ବେଳେ ପଛପଟୁ ଧକ୍କା ଦେଇ ବୋଲେରୋ ଫେରାର। ଜଣେ ମୃତ ଜଣେ ଗୁରୁତର । ଚମ୍ପୁଆ ଥାନା ଅନ୍ତର୍ଗତ ମଥୁରା ପୁର ନିକଟରେ ଚାଲିଚାଲି ଆସୁଥିବା ବେଳେ ଜଡିପଦା ଗ୍ରାମର ଯୁଧିଷ୍ଠିର ମହାନ୍ତ, ଯଶୋବନ୍ତ ମହାନ୍ତ,ସୁଜିତ ମହାନ୍ତ ଓ ସୁନା ପଶି ଗ୍ରାମର ଅନିଲ୍ ମହାନ୍ତ ଏହି ଚାରିଜଣଙ୍କୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇ ଫେରାର ସେଠାରୁ ହେଇଯାଇଥିଲା। ଫଳରେ ଯୁଧିଷ୍ଠିର ମହାନ୍ତ (୧୪ ବର୍ଷ) ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବଡ଼ଭାଇ ଯଶୋବନ୍ତ ଗୁରୁତର ଆହତ ହେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ସୁଜିତ ଓ ଅନିଲ ସାମାନ୍ୟ ଆହତ ହେଇଛନ୍ତି। ଗୁରୁତର ଆହତ ହୋଇଥିବା ଯଶୋବନ୍ତ ମହାନ୍ତଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା । ଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *