Spread the love

ଚମ୍ପୁଆ ବ୍ଲକ୍ ଅନ୍ତର୍ଗତରେ ନାମପଞ୍ଜିକରଣ କରିବାକୁ ଆସି ଲ୍ୟାମ୍ପରେ ଚେତାଶୂନ୍ୟ ହେଲେ ଚାଷୀ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତରେ ନାମ ପଞ୍ଜିକରଣ ଯନ୍ତ୍ରଣା। ନାମ ପଞ୍ଜିକରଣ କରିବାକୁ ଆସି ଲ୍ୟାମ୍ପରେ ଚେତାଶୂନ୍ୟ ହେଲେ ଚାଷୀ। ଚମ୍ପୁଆ ବ୍ଲକ ବ୍ରହ୍ମପୁର ଗ୍ରାମର ବଳରାମ ଗିରି ଧାନ ବିକ୍ରୀ ପାଇଁ ତିନିଦିନ ହେବ ନାମ ପଞ୍ଜିକରଣ କରିବାକୁ ଚମ୍ପୁଆ ଲ୍ୟାମ୍ପକୁ ଆସୁଥିଲେ ।ନାମ ପଞ୍ଜିକରଣ ପାଇଁ ସକାଳୁ ଆସି ପ୍ରତିଦିନ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ଆଜି ଲ୍ୟାମ୍ପ ସମ୍ମୁଖରେ ହଠାତ୍ ଅଚେତ ହୋଇ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ଚାଷୀ ମାନେ ଚମ୍ପୁଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ନେଇ ସୂଚନା। ନାମ ପଞ୍ଜିକରଣ କରିବାକୁ ଦୈନିକ ଶହଶହ ଚାଷୀ ରାତି ଅଧାରୁ ଚମ୍ପୁଆ ଲ୍ୟାମ୍ପ ସମ୍ମୁଖରେ ଭିଡ଼ ଜମାଉଥିବା ବେଳେ ପ୍ରତିଦିନ ରାତିସାରା ବହୁ ଚାଷୀ ଲ୍ୟାମ୍ପ ବାରଣ୍ଡାରେ ରାତି କଟାଉଥିବା ଦେଖିବାକୁ ମିଳୁଛି। ତେବେ ଗତ ତିନିଦିନ ଧରି ବଳରାମ ଲ୍ୟାମ୍ପକୁ ନାମ ପଞ୍ଜିକରଣ କରିବାକୁ ଆସି ଅସୁସ୍ଥ ହୋଇ ପଡିଥିଲେ । ତେବେ ଆଇ ସ୍କାନ ପାଇଁ ତାଙ୍କ ଉପସ୍ଥିତ ଜରୁରୀ ଥିବାରୁ ଅସୁସ୍ଥ ଥିବା ସତ୍ତ୍ବେ ଆଜି ସକାଳୁ ଲ୍ୟାମ୍ପ ଆସିଥିଲେ। ତେବେ ଲ୍ୟାମ୍ପ ରେ ଧାଡ଼ି ରେ ଛିଡା ହୋଇ ଥିବା ବେଳେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *