Spread the love

ଚମ୍ପୁଆ BDOଙ୍କ ନିଜ କାର୍ଯ୍ୟାଳୟରେ ଧମକାଇବା ଭିଡ଼ିଓ ଭାଇରାଲ

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ BDO ଙ୍କର କାର୍ଯ୍ୟାଳୟରେ BDO ଜଣେ ବ୍ୟକ୍ତିଙ୍କର ପ୍ରଶ୍ନରେ ଉତ୍ୟକ୍ତ ହୋଇ ଧମକାଇବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ BDO ଜଣେ ବ୍ୟକ୍ତିଙ୍କର ପ୍ରଶ୍ନ ରେ ରାଗିଯାଇ ବ୍ୟକ୍ତିଙ୍କୁ ଧମକାଇବା ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି କିଛି ପଚାରିବା ପରେ ହଠାତ୍ ରାଗିଯାଉଛନ୍ତି ଚମ୍ପୁଆ ବିଡ଼ିଓ ରଶ୍ମିରଞ୍ଜନ ସାହୁ । ଏହାପରେ ପ୍ରବଳ ରାଗିଯାଇ ସେ ଚିତ୍କାର କରୁଥିବା ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଜଣକ BDO ଙ୍କୁ ତାଙ୍କର ସଢ଼ୁଙ୍କ ସମ୍ପର୍କରେ ପ୍ରଶ୍ନ କରିବା ପରେ ହଠାତ୍ ରାଗି ଧମକାଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ହେଲେ, ଜଣେ ପ୍ରଶାସନିକ ଅଧିକାରୀଙ୍କର ଏଭଳି ବ୍ୟବହାର ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜ କାର୍ଯ୍ୟାଳୟରେ ତାଙ୍କର ଏଭଳି ବ୍ୟବହାର କିଭଳି ଏବଂ କେଉଁ ପରିସ୍ଥିତିରେ ସୃଷ୍ଟି ହେଲା, ଏସମ୍ପର୍କରେ BDOଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *